ମହାପ୍ରଭୁଙ୍କ ‘କ୍ୱାରେଣ୍ଟାଇନ ଫଟୋକୁ ନେଇ ବିବାଦ

0
100

ପୁରୀ, ଆଚିଭର୍ସ ନ୍ୟୁଜ୍‌, ୧୦/୦୬ (ବ୍ୟୁରୋ)- ‘ପତ୍ରିକା ଡଟ୍‌କମ୍‌’ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଫଟୋ କ୍ୱାରେଣ୍ଟାଇନ ଭଳି ଭୁଲଶବ୍ଦ ବ୍ୟବହାର କରି ପ୍ରକାଶ ପାଇଛି । ଏହାଦ୍ୱାରା ଓଡ଼ିଆ ଜାତିକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ଯାତ୍ରା ଅଭିନେତା ପିୟୂଷ ତ୍ରିପାଠୀ, ରୋମା ଦାସମହାପାତ୍ର ଏବଂ ଶମ୍ଭୁନାଥ ଖୁଣ୍ଟିଆ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ପତ୍ରିକା ସମ୍ପାଦକ ଏବଂ ଫଟୋଗ୍ରାଫରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ସିଂହଦ୍ୱାର ଥାନାରେ ସେମାନେ ଲିଖିତ ଅଭିଯୋଗ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା କ୍ୱାରେଣ୍ଟାଇନରେ ରହିଥିବା ପତ୍ରିକାରେ ପ୍ରକାଶ ପାଇଛି । ଏହି କାର୍ଯ୍ୟପାଇଁ ସେମାନଙ୍କୁ ଉଚିତ ଦଣ୍ଡ ମିଳିବା ଦରକାର ବୋଲି ଅଭିଯୋଗକାରୀ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here