ମହଙ୍ଗା ହେଲା ଡିଜେଲ୍‌

0
38

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୨୯/୦୬ (ବ୍ୟୁରୋ)- ଗୋଟିଏ ଦିନର ବ୍ରେକ୍ ପରେ ପୁଣି ବଢିଲା ତେଲ ଦର। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ହୋଇଛି ।

ଲଗାତାର ୨୧ ଦିନ ପରେ ଗତକାଲି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ବୃଦ୍ଧି ଘଟି ନ ଥିଲା । ହେଲେ ଦର ପୁଣି ଆଜି ବଢିଛି।  ତୈଳ ଦର ବୃଦ୍ଧି ହେବା ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୩ ପଇସା ଓ ଡିଜେଲ ଲିଟର ପିଛା ୮୦ ଟଙ୍କା ୫୩ ପଇସା ହୋଇଛି ।

ସୂଚନାଥାଉ କି, ଜୁନ୍‌ ୭ ତାରିଖ  ଲଗାତାର ବଢି ଚାଲିଛି ତୈଳ ଦର।  ୨୧ ଦିନ ଦରବୃଦ୍ଧି ପରେ ଗତକାଲି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେବେ ପ୍ରଥମ ଥର ପାଇଁ ଦିଲ୍ଲୀରେ ଡିଜେଲ ପେଟ୍ରୋଲ ଦରଠାରୁ ମହଙ୍ଗା ହୋଇଛି।

ତୈଳଦର ବୃଦ୍ଧିକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି।

LEAVE A REPLY

Please enter your comment!
Please enter your name here