ଭୁଟାନ ସୀମା କବ୍‌ଜା କରିବାକୁ ଚୀନ୍‌ର ଚକ୍ରାନ୍ତ‌

0
55

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୬/୦୭ (ବ୍ୟୁରୋ)-  ଲଦାଖରେ ଚୀନର ଦାଦାଗିରିର କଡା ଜବାବ୍‌ ଦେଇଛି ଭାରତ। ସାମରିକ, ରାଜନୈତିକ, ଅର୍ଥନୈତିକ ଏଂବ କୂଟନୈତିକ ଜବାବ ପାଇବା ପରେ ଏବେ ଚୀନ ଭାରତର ଘନିଷ୍ଠ ବନ୍ଧୁମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି। ଭୁଟାନର ଭାରତ ସୀମାକୁ ଲାଗି ରହିଥିବା ଜମିକୁ ତା’ର ଦାବି କରିଛି ଡ୍ରାଗନ୍। ସାରା ବିଶ୍ୱ ବେଜିଂକୁ ଚାରି ଦିଗରୁ ଘେରିଥିବାବେଳେ ଭାରତ ଉପରେ ଚାପ ପକାଇବା ପାଇଁ ଚୀନ ଏପରି ପଦକ୍ଷେପମାନ ନେଉଥିବା କୁହାଯାଉଛି । ବାସ୍ତବରେ ଏହା ଭାରତର ଘନିଷ୍ଠ ବନ୍ଧୁମାନଙ୍କୁ ହଇରାଣ କରିବା ପାଇଁ ଚୀନ୍‌ର ନୂତନ ରଣନୀତି ଭାବରେ ମଧ୍ୟ ବିବେଚନା କରାଯାଉଛି।

ଶନିବାର ଚୀନ୍  ବୈଦେଶିକ ମନ୍ତ୍ରଣାଳୟ କହିଛି, ଚୀନ୍ ଏବଂ ଭୁଟାନ ମଧ୍ୟରେ ସୀମା କେବେ ସ୍ଥିର କରାଯାଇ ନାହିଁ । ପୂର୍ବ, ମଧ୍ୟ ଏବଂ ପଶ୍ଚିମ ଅଞ୍ଚଳରେ ଦୀର୍ଘ ଦିନ ଧରି ସୀମା ବିବାଦ ଚାଲିଆସୁଛି। ଚୀନ୍ ଭାରତକୁ ସୂଚାଇ କହିଛି ଯେ, ଚୀନ୍-ଭୁଟାନ ସୀମା ବିବାଦରେ କୌଣସି ତୃତୀୟ ପକ୍ଷ ଆଙ୍ଗୁଠି ଉଠାଇବା ଉଚିତ୍ ନୁହେଁ। ଚୀନ୍ ଏବଂ ଭୁଟାନ ଏପର୍ଯ୍ୟନ୍ତ ୧୯୮୪ ରୁ ୨୦୧୬ ମଧ୍ୟରେ 24 ରାଉଣ୍ଡ ଆଲୋଚନା କରିଛନ୍ତି। ଏହି ଅବଧି ମଧ୍ୟରେ କେବଳ ପାଶ୍ଚାତ୍ୟ ଏବଂ କେନ୍ଦ୍ରୀୟ ଅଞ୍ଚଳ ବିବାଦ ଉପରେ ଆଲୋଚନା ହୋଇଥିଲା।ଳ ହେଲେ ଏହି ଅଞ୍ଚଳ କଥା କେବେ ବି ଆଲୋଚନାକୁ ଆସିନାହିଁ।

LEAVE A REPLY

Please enter your comment!
Please enter your name here