ଭାରତର ପ୍ରଥମ କୋଭିଡ୍-୧୯ ଭ୍ୟାକ୍ସିନ୍ ପରୀକ୍ଷା

0
22

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୩୦/୦୬ (ବ୍ୟୁରୋ)- ଦେଶର ପ୍ରଥମ କରୋନା ଟିକା କୋଭାକ୍ସିନକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ–ଡିସିଜିଆଇର ମଂଜୁରୀ ମିଳିଛି। ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭାକ୍ସିନର ଫେଜ୍–୧ ଓ ଫେଜ୍–୨ କ୍ଲିନିକାଲ୍ ଟାଏଲ ପାଇଁ ଡିସିଜିଆଇ ମଂଜୁରୀ ଦେଇଥିବା ଜଣାପଡ଼ିଛି।

ଜୁଲାଇ ମାସରେ ଦେଶବ୍ୟାପୀ ଏହାର କ୍ଲିନିକାଲ୍ ଟ୍ରାଏଲ କରାଯିବାକୁ ନିର୍ଦ୍ଧାରିତ ହୋଇଛି। ଆଇସିଏମ୍ଆର୍, ନେସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଭାଇରୋଲୋଜି–ଏନ୍ଆଇଭି ସହ ମିଳିତ ଉଦ୍ୟମରେ ଭାରତ ବାୟୋଟେକ୍ କୋଭାକ୍ସିନ ପ୍ରସ୍ତୁତ କରିଛି। ଏନ୍ଆଇଭିରେ ଏହାର ଗବେଷଣା ପରେ ଭାରତ ବାୟୋଟେକ୍‌କୁ ଟିକା ପ୍ରସ୍ତୁତ ପାଇଁ ଜ୍ଞାନକୌଶଳ ଦିଆଯାଇଥିଲା।

ତେବେ ସଂପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ଭାରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଛି। ତେବେ କରୋନା ପାଇଁ ଟିକା ବାହାର କରିବା ଲାଗି ବିଶ୍ୱର ଅନେକ ଫାର୍ମା କଂପାନି ଉଦ୍ୟମରତ। ହେଲେ ଏଯାଏ କାହାକୁ ସଫଳତା ମିଳିନାହିଁ। ତେବେ ରଏଟରରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନ୍ ମିଲିଟାରୀ ଗବେଷଣା ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରୋନା ଭାକସିନ ପ୍ରୟୋଗ ଲାଗି ସବୁଜ ସଂକେତ ପାଇଛି।

LEAVE A REPLY

Please enter your comment!
Please enter your name here