ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱର ପାଇଁ ବଢିଲା ଚିନ୍ତା

0
110
vgrf
gjhgh

ଭୁବନେଶ୍ବର: ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରରେ ଗତ ଦୁଇ ଦିନ ଭିତରେ 18ଟି କରୋନା ମାମଲା ସାମନାକୁ ଆସିଥିବା ବେଳେ ଏବେ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ସରକାର। ଏଥିପାଇଁ ପରିସ୍ଥିତିର ଅନୁଧ୍ୟାନ ପାଇଁ 3ଟି ଷ୍ଟେଟ୍‌ ରାପିଡ ରେସପନ୍ସ ଟିମ୍‌ ଗଠିତ ହୋଇଛି। ଏହି ତିନିଟି ଟିମ୍ ଏହି ତିନୋଟି ଜିଲ୍ଲା ଗସ୍ତ କରିବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ଼ ଯୋଗେ ସୂଚନା ଦିଆଯାଇଛି। ଏସସିବି ମେଡିକାଲ କଲେଜର ଟେକନିକାଲ ଟିମ୍ ଯାଜପୁର ଜିଲ୍ଲା ଗସ୍ତ କରିବେ। ସେହିପରି ଫକୀର ମୋହନ ମେଡିକାଲ କଲେଜର ଟେକନିକାଲ ଟିମ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଯିବେ। ସେହିଭଳି ଭାବରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବାଲେଶ୍ୱର ଜିଲ୍ଲା ଗସ୍ତ କରିବେ ଓ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଭଦ୍ରକ ଯିବେ। ସେହିପରି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଯାଜପୁର ଗସ୍ତରେ ଯିବେ। ମେଡିକାଲ କଲେଜର ବିଶେଷଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର କଣ୍ଟେନମେଣ୍ଟ ଜୋନ ତଦାରଖ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here