ବିିବାହ ପାଇଁ ହୋର୍ଡିଂ ଛାପିଲେ ଯୁବକ

0
513
mrg
mrg

ପ୍ରତ୍ୟେକ ମଣିଷ ଚାହାଁନ୍ତି ଉପଯୁକ୍ତ ଜୀନସାଥୀଟିଏ ପାଇବା ପାଇଁ । ସେ ଦେଖିବାକୁ ସୁନ୍ଦର ହୋଇଥିବ, ଗୁଣରେ ବହୁତ ଭଲ ହୋଇଥିବ, ଆଉ ତାର କଥା ସବୁଠୁ ମଧୁର ହୋଇଥିବ । ହେଲେ କିଏ ଜାଣେ ସତରେ ସେ ଜୀବନସାଥୀ ଜଣକ ଜୀବନକୁ ଆସିବା ପରେ କେଉଁ ଗୁଣର ଅଧିକାରୀ ହୋଇଥିବ । ଏହି ବିବାହକୁ ନେଇ ସାମ୍ନାକୁ ଆସିଛି ଏକ ଭିନ୍ନ ଓ ଅଲଗା ପ୍ରକାରର କଥାଟିଏ ଯାହାକି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜୀବନସାଥୀଟିଏ ପାଇଁ ଜଣେ ଯୁବକ କେବଳ ପୋଷ୍ଟରରେ ଖର୍ଚ୍ଚ କରିଛନ୍ତି ୩୩ ହଜାର ଟଙ୍କା । ତେବେ ଏହି ଘଟଣା ଭାରତରେ ହୋଇ ନଥିଲେବି ଘଟଣାଟି ଦେଖିବାକୁ ମିଳିଛି ଇଂଲଣ୍ଡରେ । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିିଛି । ଇଂଲଣ୍ଡର ଏହି ଯୁବକ ଜଣକ ହେଉଛନ୍ତି ମାର୍କ ରୋଫ ଏବଂ ବୟସ ୩୦। ମାଞ୍ଚେଷ୍ଟର ରାସ୍ତାରେ ସେ ସାଥୀଟିଏ ପାଇବା ପାଇଁ ହୋର୍ଡିଂ ଲଗାଇଛନ୍ତି। ଏହି ବିଜ୍ଞାପନ ହୋର୍ଡିଂରେ ମାର୍କଙ୍କ ଏକ ଫଟୋ ଲାଗିଛି ଏବଂ ସେଥିରେ ଲେଖାଅଛି ସିଙ୍ଗଲ୍‌ ? ଡେଟ୍ ମାର୍କ। ଉକ୍ତ ବିଜ୍ଞାପନରେ ମାର୍କଙ୍କ ସ୍ଲୋଗାନ ରହିଛି, ଓ୍ବାନ ମ୍ୟାନ୍‌, ଓ୍ବାନ୍ ବିଲ୍ ବୋର୍ଡ, ଓ୍ବାନ ମିଶନ୍‌। ଏହାସହ ସେ ନିଜର ମେଲ୍ ଆଇଡି ମଧ୍ୟ ଦେଇଛନ୍ତି। ୨୯୨ଜଣ ଯୁବତୀ ବିବାହ ପାଇଁ ଆବେଦନ କରିସାରିଲେଣି।
ତେବେ ଆଜିକାଲି ସାଥୀଟିଏ ଖୋଜିବା ପାଇଁ ବିଭିନ୍ନ ପ୍ରକାରର ମ୍ୟାଟ୍ରିମୋନିଆଲ ସାଇଟ୍ ଉପଲବ୍ଧ ହୋଇଥିବା ବେଳେ, ବିବାହ ପାଇଁ ପୋଷ୍ଟର ଛାପିବା ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here