ବିଜୟୀ ହେଲେ ଟ୍ରମ୍ପ

0
295
TRUMP
TRUMP

ମହାଅଭିଯୋଗ ମୋକଦ୍ଦମାରେ ବିଜୟୀ ହେଲେ ଆମେରିକା ରାଷ୍ଟ୍ରପତି । ଟ୍ରମ୍ପଙ୍କ ସପକ୍ଷରେ ପଡ଼ିଲା ୫୩ଟି ଭୋଟ୍‌ ଓ ବିପକ୍ଷରେ ପଡ଼ିଲା ୪୭ଭୋଟ୍‌ । ଟ୍ରମ୍ପଙ୍କ ନାଁରେ ଆସିଥିବା କ୍ଷମତାର ଦୂରୁପଯୋଗ ଅଭିଯୋଗକୁ ଖାରଜ କରିଛି ସିନେଟ୍‌ । ଦୁଇ ସପ୍ତାହର ଟ୍ରାଏଲ ପରେ ଏହାର ଫଇସଲା ହୋଇଛି ।
ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହି ବିଜୟ ଟ୍ରମ୍ପଙ୍କ ବଡ଼ ସଫଳତା ଭାବରେ ଦେଖାଯାଉଛି । ଭୋଟିଂରେ ୫୨ ରିପବ୍ଲିକାନ ଟ୍ରମ୍ପଙ୍କ ସହ ଠିଆ ହୋଇଥିଲେ । କେବଳ ସିନେଟର ମିଟ ରୋମନୀ ଟ୍ରମ୍ପଙ୍କ ବିରୋଧରେ ଭୋଟ ଦେଇଛନ୍ତି । କ୍ଷମତାର ଦୂରୁପୋଯୋଗ ଅଭିଯୋଗରେ ନିମ୍ନ ଗୃହ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟିଭରେ ଡିସେମ୍ବର ୧୮ରେ ମହାଅଭିଯୋଗ ପ୍ରସ୍ତାବ ଗୃହୀତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here