ବଲିଉଡ ମାଫିଆ ଟାର୍ଗେଟରେ ଏବେ କଙ୍ଗନା ରାଣାୱତ।

0
50

ଆଚିଭର୍ସ ନ୍ୟୁଜ୍‌, ୨୦/୦୭ (ବ୍ୟୁରୋ):- ସୁଶାନ୍ତ ସିଂ ରାଜପୁତଙ୍କ ପରେ ବର୍ତ୍ତମାନ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛି ବଲିଉଡ ମାଫିଆ। ଗତକାଲି ରିପବ୍ଲିକ ଟିଭିରେ କଙ୍ଗନା ବଲିଉଡ ବିଷୟରେ ଅନେକ ଖୁଲାସା କରିଥିଲେ। କଙ୍ଗନା ଏପରି କିଛି ରହସ୍ୟ ଉନ୍ମୋଚନ କରିଥିଲେ ଯେ ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ରହିଯାଇଥିଲେ। ସେ ସୁଶାନ୍ତଙ୍କ କେସକୁ ନେଇ ମଧ୍ୟ ଅନେକ ତଥ୍ୟ ପ୍ରକାଶ କରିଥିଲେ। ଏହାଛଡା ନିଜ ସହିତ ହୋଇଥିବା ଦୁର୍ବ୍ୟବହାରକୁ ନେଇ ବହୁତ କଛି କହିଥିଲେ କଙ୍ଗନା।

କଙ୍ଗନା କହିଛନ୍ତି ଯେତେବେଳେ ତାଙ୍କର ରିତିକଙ୍କ ସହିତ ବିବାଦ ଚାଲିଥିଲା ଏବଂ ତାଙ୍କ ବିରୋଧରେ ଏଫଆଇଆର ଫାଇଲ କରାଯାଇଥିଲା ସେତେବେଳେ କେହିଜଣେ କଙ୍ଗନାଙ୍କୁ କହିଥିଲେ, “ତୁମେ ଆତ୍ମହତ୍ୟା କରିନିଅ। ତୁମକୁ ଆତ୍ମହତ୍ୟା କରିବାକୁ ପଡିବ ତୁମକୁ ଆତ୍ମହତ୍ୟା କରିବାକୁ ପଡିବ। ମରିବାକୁ ପଡିବ। ଯଦି ତୁମେ ଆତ୍ମହତ୍ୟା ନକରିବ ତେବେ ତୁମ ସମ୍ମାନ ଚାଲିଯିବ। ତୁମ ମୁହଁରେ କଳା ବୋଳିଦିଆ ଯିବ। ଏହାଠାରୁ ଭଲହେବ ଯେ ତୁମେ ନିଜେ ଆତ୍ମହତ୍ୟା କରିନିଅ। ଏହାହିଁ ତୁମ ପାଇଁ ଠିକ ରହିବ। ତୁମ ଇଜ୍ଜତ ବଞ୍ଚିଯିବ।”

ଆଜି ଏକ ୱାଟସଆପ ଚାଟ ଭାଇରାଲ ହୋଇଛି। ଏହି ଚାଟଟି ବଲିଉଡ ମାଫିଆଙ୍କ ୱାଟସଆପ ଚାଟିଙ୍ଗ ବୋଲି ଜଣାପଡିଛି। ଡାଏରେକ୍ଟର ଭିବେକ ରଞ୍ଜନ ଅଗ୍ନିହୋତ୍ରି ଟ୍ୱିଟ କହିଛନ୍ତି ଯେ ଆଜି ଏହି ଗ୍ରୁପ ଗୁଡିକରେ କେବଳ ତିନୋଟି କଥା ହେଉଛି। “Bloody Bit*, How dare She…. She is finished, Prepare a list of slaves who can give befitting reply to that bit**।” ଏଥିସହିତ ଭିବେକ କହିଛନ୍ତି ଯେ ବଲିଉଡ ମାଫିଆଙ୍କ ୱାଟସଆପ ଗ୍ରୁପରେ କେବଳ କଙ୍ଗନାଙ୍କ ଚର୍ଚ୍ଚା ହେଉଛି। କଙ୍ଗନାଙ୍କୁ ଶେଷ କରିବା ପାଇଁ ସେମାନ କହିଛନ୍ତି। ଭିବେକ ନିଜ ଟ୍ୱିଟରେ ଲେଖିଛନ୍ତି ଏମାନେ ଏତେ ମୂର୍ଖ ଯେ କିଛି ଗ୍ରୁପରୁ ମୋତେ ବାହାର କରିବାକୁ ଭୁଲିଯାଇଛନ୍ତି। ବର୍ତ୍ତମାନ ଏମାନେ କଙ୍ଗନାକୁ ଶେଷ କରିବାକୁ ଚେଷ୍ଟା କରିବେ ନହେଲେ ତାଙ୍କ କ୍ୟାରିୟର ଶେଷ କରିବାକୁ ଚେଷ୍ଟା କରିବେ।

LEAVE A REPLY

Please enter your comment!
Please enter your name here