ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ

0
67

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୪/୦୭ (ବ୍ୟୁରୋ)- ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ କାଲି। ଅନେକ ଦେଶରେ ଜୁଲାଇ ୪ ତାରିଖ ରାତିରେ ଚନ୍ଦ୍ର ଗ୍ରହଣ ଲାଗିବ ଏବଂ ଜୁଲାଇ ୫ ତାରିଖ ଶେଷ ହେବ। କିନ୍ତୁ ଭାରତୀୟ ସମୟ ଅନୁସାରେ ଗ୍ରହଣ ଜୁଲାଇ ୫ ତାରିଖ ସକାଳ ୮ଟା ୩୭ ମିନିଟ୍‌ରୁ ଆରମ୍ଭ ହେବ ଏବଂ ସକାଳ ୧୧ଟା ୨୨ରେ ଶେଷ ହେବ।

ଏହି ଗ୍ରହଣ ପ୍ରାୟ ୨ ଘଣ୍ଟା ୪୫ ମିନିଟ ପର୍ଯ୍ୟନ୍ତ ରହିବ। ତେବେ ଭାରତରେ ସେହି ସମୟରେ ଦିନ ଥିବାରୁ ଏହି ଗ୍ରହଣ ଦୃଶ୍ୟ ହେବନି। ତେଣୁ ଗ୍ରହଣ ସମୟରେ ପାକତ୍ୟାଗ ହେବ ନାହିଁ।

ଚନ୍ଦ୍ର ଗ୍ରହଣ ସାଧାରଣତଃ ୩ ପ୍ରକାରର। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଆଂଶିକ ଚନ୍ଦ୍ର ଗ୍ରହଣ ଏବଂ ଉପଛାୟା ଚନ୍ଦ୍ରଗ୍ରହଣ। ଆସନ୍ତାକାଲି ହେବାକୁ ଥିବା ଚନ୍ଦ୍ରଗ୍ରହଣ ମଧ୍ୟ ଉପଛାୟା ଚନ୍ଦ୍ରଗ୍ରହଣ।

ସୂର୍ଯ୍ୟ, ଚନ୍ଦ୍ର  ମଝିରେ ପୃଥିବୀ ରହିବ କିନ୍ତୁ ଗୋଟିଏ ରେଖାରେ ନ ରହିଲେ ସହି ଚନ୍ଦ୍ର ଗ୍ରହଣକୁ ଉପଛାୟା ଗ୍ରହଣ କୁହାଯାଏ।

ତେବେ ଏହି ଗ୍ରହଣ ୟୁରୋପ, ଆମେରିକା ଏବଂ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିବ। ଏଠି କହିରଖିବୁ, ଜୁଲାଇ ୫ ତାରିଖ ଚନ୍ଦ୍ରଗଅହଣର ଠିକ୍‌ ୫ ମାସ ୨୫ ଦିନ ପରେ ଅଥାତ୍‌ ନଭେମ୍ବର ୩୦ ତାରିଖ ପଡ଼ିବ ଆଉ ଏକ ଚନ୍ଦ୍ର ଗ୍ରହଣ। ତେବେ ଏହି ଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟ ହେବନି। ତେଣୁ ଗ୍ରହଣ ସମୟରେ ପାକତ୍ୟାଗ ନାହିଁ।

LEAVE A REPLY

Please enter your comment!
Please enter your name here