ପୁଣି ବଢ଼ିଲା ମୁଦ୍ରାସ୍ପୀତି

0
357
ABC
ABC

ଜାନୁଆରୀ ମାସରେ ଖୁରା ମୁଦ୍ରାସ୍ପୀତି ୭.୫୯% ଛୁଇଁଛି । ଗତ ୬ବର୍ଷରେ ଅର୍ଥନୀତିକ ନକରାତ୍ମକ ରହିଥିବାବେଳେ ମୁଦ୍ରାସ୍ପୀତି ବୃଦ୍ଧି ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି । ଏହା ୨୦୧୪ ମେ ମାସ ପରଠାରୁ ଭାରତର ସର୍ବାଧିକ ମୁଦ୍ରାସ୍ପୀତି । ଦାମୀ ଖାଦ୍ୟଦ୍ରବ୍ୟ ଏବଂ ଅଧିକ ଦରର ଟେଲକମ୍ ଟାରିଫ୍ କାରଣରୁ ଏପରି ଦରବୃଦ୍ଧି ହୋଇଥିବା ସୂଚନା ମିଳୁଛି । ତେବେ ଗତ ଡିସେମ୍ବର ମାସରେ ଏହା ୭.୩୫% ଥିଲା । ସେହିଭଳି ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ମୁଦ୍ରାସ୍ପୀତି ଡିସେମ୍ବରରେ ୧୨.୨% ଥିବାବେଳେ ବର୍ତମାନ ୧୧.୮% ପ୍ରତିଶତ ରହିଛି । ତେବେ ଗତବର୍ଷ ତୁଳନାରେ ପରିବା ଦର ଯଥେଷ୍ଟ ଅଧିକ ରହିଛି । ଏହି କ୍ଷେତ୍ରରେ ୫୦.୧୯% ରହିଛି, ଯାହାକି ଜାନୁଆରୀରେ ୬୦.୫% ଥିଲା । ମାଂସ, କ୍ଷୀର ଏବଂଡାଲି ଜାତୀୟ ଉତ୍ପାଦ କ୍ଷେତ୍ରରେ ମଧ୍ୟ ଦରବୃଦ୍ଧି ଅଧିକ ରହିଛି । ପରିବହନ କ୍ଷେତ୍ରରେ ମୁଦ୍ରାସ୍ପୀତି ଡିସେମ୍ବରରେ ୪.୭୭ରୁ ୬.୦୮%କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here