ପୁଣି ନାବାଳିକାଙ୍କୁ ଦୁଷ୍କର୍ମ

0
201
gg
gg

ନିଆଳି: ପୁଣି ରାଜ୍ୟରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ମେଲଣ ଦେଖିବାକୁ ଆସି ଦୁଷ୍କର୍ମର ଶିକାର ହେଲେ ନାବାଳିକା ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ନିଆଳିର କସରର୍ଦ୍ଦା ଅଞ୍ଚଳରୁ । ସୂଚନା ଅନୁଯାୟୀ ଦିବ୍ୟାଙ୍ଗ ନାବାଳିକା ଜଣକ କସରର୍ଦ୍ଦା ମେଲଣ ଦେଖିବାକୁ ଆସି ଦୁଷ୍କର୍ମର ଶିକାର ହୋଇଥିଲୋ ଘଟଣାରେ ପୁଲିସ ତଦନ୍ତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅଭିଯୋଗ ଅନୁସାରେ, ଗୁରୁବାର କସର୍ଦ୍ଦା ମେଳଣ ଯାତ୍ରା ଚାଲିଥିବା ବେଳେ ରାତ୍ରି ପ୍ରାୟ ୩ଟାରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ପତ୍ରକଣା ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଅଭିଯୁକ୍ତ ମାଡ଼ ମାରି ନାବାଳିକାଙ୍କ ମୁହଁ ଓ ଆଖି ଫଟାଇଦେଇଥିଲେ। ତେବେ ନାବାଳିକାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦୁଷ୍କର୍ମକାରୀଙ୍କୁ ଅଟକ ରଖିଥିଲେ।

LEAVE A REPLY

Please enter your comment!
Please enter your name here