ପୁଣି ଅରଟିଓ ଦଲାଲ ଗିରଫ

0
136
FF
FF

ସମ୍ବଲପୁର(ଅଚିଭର୍ସ ନ୍ୟୁଜ୍‌): ସମ୍ବଲପୁରରେ ପୁଣି ଦୁଇ ଜଣ ଆରଟିଓ ଦଲାଲ ଗିରଫ । ସମ୍ବଲପୁର ଅଞ୍ଚଳର ଆରଟିଓ ନିକଟରୁ ଦୁଇ ଦଲାଲଙ୍କୁ ଗିରଫ କଲା ଧନୁପାଲି ପୁଲିସ । ଗିରଫ ପରେ ଦୁଇ ଦଲାଲଙ୍କୁ କୋର୍ଟ ଚାଲଣ କରିଛି ପୁଲିସ । ସ୍ଥାନୀୟ ବୁଢ଼ାରଜାର ଶିବ ମହାରଣା ଓ ରାଜାନଗରର ଶେଖ ଅସଫାଉଦିନକୁ ପରିବହନ କାର‌୍ୟ୍ୟାଳୟ ପରିସରରୁ ଗିରଫ କରିଛି । ଜଣେ ବ୍ୟକ୍ତିଙ୍କ ଗାଡି ମୋଟର କାଗଜପତ୍ର କରାଇଦେବା ପାଇଁ ଉଦ୍ୟମ କରୁଥିବା ସମୟରେ ସେମାନଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ପରିବହନ କାର‌୍ୟ୍ୟାଳୟ ଗୁଡିକୁ ଦଲାଲ ମୁକ୍ତ ରଖିବା ପାଇଁ ଅନେକ ଦିନ ଆଗରୁ ନିର୍ଦ୍ଧେଶ ଜାରି କରାଯାଇଥିବା ବେଳେ, ହେଲେ ଦଲାଲ ମାନେ ବିଭିନ୍ନ ଉପାୟରେ କଳେବଳେ କାର‌୍ୟ୍ୟାଳୟ ଭିତରକୁ ପଶି ସେମାନଙ୍କ କାମ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here