ନିଶା ଆଗରେ ପେସା ତୁଚ୍ଛ : ଇଞ୍ଜିନିୟରିଂ ଚାକିରି ଛାଡ଼ି କଲେ ପକ୍ଷୀ ବ୍ୟବସାୟ

0
167
qq
qq

ଆଚିଭରର୍ସ ନ୍ୟୁୂଜ୍‌: ମଣିଷର ଅଦମ୍ୟ ଇଚ୍ଛାଶକ୍ତି ଯେମିତି ସବୁ କିଛିକୁ ବି ଟାଳିପାରେ ସତେ ସେ ଯେତେ ବଡ଼ କାମ ହେଉନାଁ କାହିଁକି ସବୁ କିଛି ଯେମିତି ତାର ହାତ ମୁଠାରେ । ଏ କଥା ଆମେ କହୁନୁ ଅତୀତରେ ବହୁ ପ୍ରମାଣି ହୋଇଥିଲେ ବି ପୁଣି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମ୍ରାଥାପୁର ବ୍ରାହ୍ମଣ ଶାସନ ଗାଁର ଗିରିଜା ମିଶ୍ରଙ୍କ ଘରେ । ଇଂଜିନିୟରିଂ ବୃତିକୁ ତୁଚ୍ଛ କରି ପକ୍ଷୀ ନିଶାକୁ ଏବେ ନିଜର ଏକ ବଡ ବେଉସା ଭାବେ ବାଛି ନେଇଛନ୍ତି ଗିରିଜା । ବିଦେଶୀ ପକ୍ଷୀଙ୍କୁ ପାଳି ବାର୍ଷିକ ଭଲ ରୋଜଗାର ମଧ୍ୟ କରୁଛନ୍ତି । ଚାକିରି କରୁଥିବା ବେଳେ ସେ ପକ୍ଷୀ ମାନଙ୍କ ଲାଳନ ପାଳନ କରୁଥିଲେ ଏବଂ ତାଙ୍କର ଶରୀର ଅସୁସ୍ଥ ହେବାରୁ ଚାକିର ଛାଡ଼ି ଘରକୁ ପଳେଇ ଆସି ନିଜେ ପକ୍ଷୀ ପାଳନ କରିବେ ବୋଲି ନିଷ୍ପତ୍ତି ନେଲେ ।

bird
bb

ହେଲେ ରାଜ୍ୟର ଶୁଆ ଶାରୀ ଓ ଅନ୍ୟ ପକ୍ଷୀ ମାନଙ୍କା ପାଳନ କରିବାରେ ଆଇନ ଗତ ବାଧକ ଯୋଗୁଁ ବିଦୋୀ ପକ୍ଷୀ ପାଳିବାକୁ ସ୍ଥିର କଲେ ଗିରିଜା । ପ୍ରଥମେ ୨୦୧୬ ମସିହାରେ ନିଜର ଛାତ ଉପରେ ୬୦ ହଜାର ଟଙ୍କା ଖର୍ଚ୍ଚକରି ଆରମ୍ଭ କଲେ ନିଜର ବ୍ୟବସାୟ । ଏବଂ ପକ୍ଷୀ ମାନଙ୍କର ଉପଯୁକ୍ତ ଯତ୍ନ ନେଇ ଆରମ୍ଭ କଲେ ବ୍ରିଡିଂ । ଏବଂ ଧୀରେଧୀରେ ବ୍ୟବସାୟକୁ ବଅଦ୍ଧି କରି ଏବେ ୨୨ ପ୍ରଜାତିର ପକ୍ଷୀ ରଖୁଛନ୍ତି ଗିରିଜା । ସବୁଠୁ ବଡ଼ କଥା ହେଉଛି ଗିରିଜା ୨୦୧୬ ମସିହାରେ ମାତ୍ର ୬୦ ହଜାର ଟଙ୍କାରେ ଆରମ୍ଭ କରିଥିବା ପକ୍ଷୀ ବ୍ୟବସାୟ ମାତ୍ର ୪ ବର୍ଷରେ ୩୨ ଲକ୍ଷ ଟଙ୍କାରେ ପହଞ୍ଚିଲାଣି । ଅନ୍ୟପଟେ ଗରିଜା ଏହି ପକ୍ଷୀ ବ୍ୟବସାୟକୁ ନେଇ ବେଶ୍ ଖୁସି ଥିବା ବେଳେ ଯୁବ ପିଢ଼ିଙ୍କୁ ପକ୍ଷୀ ପାଳି ସ୍ୱାବଲମ୍ବୀ ହେବାକୁ କହଛନ୍ତି ।

LEAVE A REPLY

Please enter your comment!
Please enter your name here