ନିର୍ମାଣକାରୀଙ୍କ କୋଭିଡ-୧୯ ଟେଷ୍ଟ

0
275
fg
KHALA

ପୁରୀ: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଯେପରି ସାମାନ୍ୟତମ ସମସ୍ୟା ନ ହୁଏ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇଛି। ଏଥିଲାଗି ପୂର୍ବ ନିଷ୍ପତ୍ତି ମୁତାବକ ବୁଧବାର ରଥ ନିର୍ମାଣକାରୀଙ୍କ କୋଭିଡ-୧୯ ଟେଷ୍ଟ ଲାଗି ସ୍ବାବ୍‌ ସଂଗ୍ରହ କରାଯାଇଛି। ବୁଧବାର ପ୍ରଥମ ଦିନରେ ୫୫ଜଣ ସେବକଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମ୍‌ ଏହି ସ୍ବାବ୍‌ ସଂଗ୍ରହ କରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ ସେବକମାନଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ସ୍ନାନ ଯାତ୍ରା ନେଇ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଥିଲା। ଏହା ପରେ ଉପ ମୁଖ୍ୟ ପ୍ରଶାସକ ତଥା ଜିଲାପାଳ ବଲଓ୍ବନ୍ତ ସିଂହ ବୁଧବାରଠାରୁ ରଥ ନିର୍ମାଣ ସମ୍ପୃକ୍ତ ସେବକଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here