ଦେଶ ଛାଡ଼ିବାକୁ କହିଲା ଆମେରିକା

0
48

ୱାଶିଂଟନ, ଆଚିଭର୍ସ ନ୍ୟୁଜ୍‌, ୭/୦୭ (ବ୍ୟୁରୋ)- ପ୍ରଥମେ ବିଦେଶୀ ବୃତ୍ତିଧାରୀଙ୍କୁ ଛାଟ ମାରିବା ପରେ ଟ୍ରମ୍ପ ପ୍ରଶାସନ ଏବେ ବିଦେଶୀ ଛାତ୍ରଙ୍କୁ ଟାର୍ଗେଟ କରିଛି। କରୋନା ସଂକ୍ରମଣ ଆଳରେ ଆମେରିକାରୁ ବିଦେଶୀ ଛାତ୍ରଙ୍କୁ ତଡ଼ିବା ଲାଗି ପଦକ୍ଷେପ ନେଇଛି ଆମେରିକା ଇମିଗ୍ରେସନ ଆଣ୍ଡ କଷ୍ଟମସ ଏନ୍‌ଫୋର୍ସମେଣ୍ଟ ବିଭାଗ।

କରୋନା ପାଇଁ କଟକଣା ଲାଗିଥିବାରୁ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଅନଲାଇନରେ ପାଠପଢ଼ା ହେଉଛି। ଏହାକୁ ନେଇ ଆଇସିଇ କହିଛି ଯେ, ଯେଉଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସଂପୂର୍ଣ୍ଣ ଭାବେ ଅନଲାଇନରେ ହେଉଛି। ସେମାନଙ୍କୁ ଆଉ ଆମେରିକାରେ ରହିବାକୁ ଅନୁମତି ଦିଆଯିବ ନାହିଁ। ଏବେ ଯେଉଁମାନେ ଆମେରିକାରେ ରହି ପଢୁଛନ୍ତି, ସେମାନେ ତୁରନ୍ତ ଦେଶ ଛାଡ଼ନ୍ତୁ, ନହେଲେ ବିକଳ୍ପ ବ୍ୟବସ୍ଥା କରନ୍ତୁ ବୋଲି ଇମିଗ୍ରେସନ ଆଣ୍ଡ କଷ୍ଟମ ଏନଫୋର୍ସମେଣ୍ଟ ଅଫିସ ପକ୍ଷରୁ କୁହାଯାଇଛି।

ଯଦି ସେମାନେ ଦେଶ ନଛାଡ଼ିବେ ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଦେଶାନ୍ତର କରାଯିବ ବୋଲି ଅଫିସ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଯେଉଁ ଛାତ୍ରଛାତ୍ରୀ ଆମେରିକୀୟ ଶିକ୍ଷାନୁଷ୍ଠାନରେ ଆଡମିଶନ କରିଛନ୍ତି , କିନ୍ତୁ ଏଯାଏ ଆସିନାହାନ୍ତି, ସେମାନଙ୍କୁ ଏବେ ଆଉ ଭିସା ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଛି ଅଫିସ୍ ଇମିଗ୍ରେସନ ଆଣ୍ଡ କଷ୍ଟମ ଏନଫୋର୍ସମେଣ୍ଟ ଅଫିସ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here