ଦାନା ବାନ୍ଧୁଛି ବାତ୍ୟା

0
81
vgtf
vhf

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ସୃଷ୍ଟ ଲଘୁଚାପ 15 ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେବ  । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପକ୍ଷରୁ ସୂଚନା ମିଳିଛି ।ଏହି ଲଘୁଚାପ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବାପରେ ୧୫ ତାରିଖ ବେଳକୁ ସମୁଦ୍ର ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ। ଏହା ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ବିଭିନ୍ନ ଦିଗକୁ ନିଜର ଗତିପଥ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଅନୁମାନ କରାଯାଉଛି ଯେ, ଏହି ଏହି ଳଘୁଚାପଟି କ୍ରମଶଃ ଅବପାତର ରୂପ ନେଇପାରେ 15 ତାରିଖ ବେଳକୁ ।

ପୁଣି ଏହା ଘନିଭୂତ ହୋଇ 16 ତାରିଖ ସନ୍ଧ୍ୟା ବେଳକୁ ଏହା ଏକ ବାତ୍ୟାର ରୂପ ନେିପାରେ । 17 ତାରିଖ ବେଳକୁ ଏହା ତାର ଗତିପଥ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ତେବେ ବାତ୍ୟାର ରୂପରେଖ କିଭଳି ରହିବ ଏନେଇ କିଛି ସୂଚନା ମିଳିନାହିଁ । ଏହାସହ ଏହା କେଉଁ ଉପକୂଳ ଗତିକରିବ ଏନେଇ କିଛି ସୂଚନା ମଧ୍ୟ ମିଳିନାହିଁ । ଏବେ ଆଣ୍ଡାମାନ ସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି । ତେବେ ଆସନ୍ତା 5ଦିନ ପର୍ଯ୍ୟନ୍ତ ଓଡ଼ିଶା ଉପରେ ଏହାର କିଛି ପ୍ରଭାବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୂ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here