ତିନିସ୍କରେ ଅଫର

0
49

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୧୦/୦୭ (ବ୍ୟୁରୋ)- ଟାଟାର ଗହଣା ବ୍ରାଣ୍ଡ୍ ତିନିସ୍କ ପକ୍ଷରୁ ସର୍ବବୃହତ୍ ଗହଣା ସେଲ୍ ଆରମ୍ଭ ହୋଇଛି । ହୀରା ଗହଣା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଓ ଗ୍ରାମ୍ ପିଛା ସୁନା ଗହଣାରେ ୩୦୦ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ସୀମିତ ସମୟ ପାଇଁ ଏହି ଅଫର୍ ଚାଲିବ । ଏହି ଅଫର୍ ସହିତ ତିନିସ୍କରେ ସୁନା, ହୀରା, ସୋଲିଟାୟାର ଓ ପ୍ଲାଟିନମ୍ ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ ହୋଇଛି । ଏହା ସହିତ ପୁରୁଣା ସୁନା ଉପରେ ଶତ ପ୍ରତିଶତ ବଦଳ ମୂଲ୍ୟ ପ୍ରଦାନ କରାଯାଉଛି । ୨୨ କ୍ୟାରେଟରୁ ଅଧିକ ମାନର ଯେକୌଣସି ସୁନା ଗହଣାର ବଦଳ ଏବଂ ହୀରା ଗହଣା କ୍ରୟରେ ଏହି ଅଫର୍ ବୈଧ ରହିବ ।

LEAVE A REPLY

Please enter your comment!
Please enter your name here