ଜମି ବିବାଦରୁ ହତ୍ୟା

0
70

ଟିଟିଲାଗଡ, ଆଚିଭର୍ସ ନ୍ୟୁଜ୍‌, ୩/୦୭ (ବ୍ୟୁରୋ)-  ଜମି ବିବାଦରୁ ହତ୍ୟା । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ।  ଜଣେ ବ୍ୟଙ୍କିଙ୍କ ଗଳାକାଟି ହତ୍ୟା କରିବା ପରେ ପାହାଡ଼ ତଳକୁ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ଗତକାଲି ରାତିରେ ମୃତଦେହକୁ ଉଦ୍ଧାର କରିଛନ୍ତି।

ଟିଟିଲାଗଡ ଥାନା ଅନ୍ତର୍ଗତ ଚୋରମରା ଗାଁରେ ଗତକାଲି ସଂଧ୍ୟାରେ ଲୋକେ ନଦୀପଠାକୁ ଯାଇଥିବାବେଳେ ପାହାଡ ତଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।  ମୃତ ଯୁବକ ଜଣକ ଚୋରମରା ଗାଁ ର ଗର୍ଜନ ରଣା ବୋଲି ଜଣାପଡିଥିଲା। ଗର୍ଜନ ଜଣେ ବ୍ୟବସାୟୀ । ସେ କୌଣସି କାରେ ସାଇକେଲରେ ଟିଟିଲାଗଡ଼ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ।

ପରିବାର ଲୋକେ ଖୋଜାଖୋଜି କରିବା ପରେ ମୃତଦେହ  ପାହାଡ଼ ତଳେ ପଡିଥିବା ଖବର ପାଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ପରେ ଟିଟିଲାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ୧୨ ବର୍ଷ ଧରି ଜମି ବିବାଦକୁ ନେଇ ଗର୍ଜନ ଓ ଅନ୍ୟ ଜଣେ  ପରିବାର ମଧ୍ୟରେ ମକଦ୍ଦମା ଲାଗି ରହିଥିଲା ଏହାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ ।

LEAVE A REPLY

Please enter your comment!
Please enter your name here