ପୁରୀ, ଆଚିଭର୍ସ ନ୍ୟୁଜ୍, ୨୫/୦୬ (ବ୍ୟୁରୋ)- ବୁଧବାର ରାତିରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦିରେ ଗୋଟି ପହଣ୍ଡିରେ ବିଜେ ହୋଇଛନ୍ତି । ଜନ୍ମବେଦିରେ ଠାକୁରେ ଅଧିଷ୍ଠିତ ହେବା ପରେ ମହାସ୍ନାନ ହୋଇ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ବଢ଼ି ବଡ଼ସିଂହାର ବେଶ ଆଉ ବଡ଼ସିଂହାର ଭୋଗ ସମ୍ପନ୍ନ ହୋଇଥିଲା । ଗୁରୁବାରଠାରୁ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ବାହାରିବ । ପ୍ରଭୁଙ୍କ ଜନ୍ମବେଦି ରୂପେ ପରିଚିତ ଆଡ଼ପ ଉତ୍ପପରେ ଅଧିଷ୍ଠିତ ଶ୍ରୀବିଗ୍ରହଙ୍କୁ ଚଳିତ ବର୍ଷ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ । କୋଭିଡ୍ ସଂକ୍ରମଣ ତନାଘନାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଇଲାକାରେ ପ୍ରଶାସନ ୧୪୪ ଧାରାର କଟକଣା ଜାରି କରିଛି । ଏହି ଇଲାକା ଭିତରକୁ ଅଣସ୍ୱୀକୃତ ଲୋକଙ୍କ ପ୍ରବେଶ ମନା କଟକଣା ଲାଗୁ ହୋଇଛି । ଏହିପୃଷ୍ଠଭୂମିରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରଦ୍ଧାଳୁ ସୂଚନା ଦେଇଛନ୍ତି । ତେଣୁ ପୁରୀ ନ ଆସିବାକୁ ପରାମର୍ଶ ଦେଇଛନ୍ତି ।
Latest article
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ କଟକରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ କଟକ ଖାନନଗର ଠାରେ ନେତାଜୀଙ୍କ ନାମରେ ନାମିତ ନେତାଜୀ ବସ...
ଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ କରୋନା ଟିକା ରପ୍ତାନୀ କଲା ଭାରତ
ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ବ୍ୟବସାୟିକ ଭିତ୍ତିରେ କରୋନା ଟିକା ପଠାଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ...
ରାଜଧାନୀରେ ଆନ୍ଦୋଳନ କରୁଥିବା ଏଏନଏମ କର୍ମୀମାନଙ୍କୁ ଧାରଣାସ୍ଥଳରୁ ଉଠାଇନେଲା ପୁଲିସ୍
ସ୍ଥାୟୀ ନିଯୁକ୍ତି ଦାବି କରି ନଭେମ୍ବର ୨୮ ତାରିଖରୁ ଦିନରାତି ଆନ୍ଦୋଳନ କରି ଆସୁଥିବା ଏଏନଏମ କର୍ମୀମାନଙ୍କୁ ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରୁ ପୁଲିସ୍ ଉଠାଇନେଇଥିବାର ଖବର ମିଳିଛି। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ...