ଚୀନକୁ ଉଡ଼ିବନି ଏୟାର ଇଣ୍ଡିଆ

0
201
ftu
huy

ନୂଆଦିଲ୍ଲୀ (ଆଚିଭର୍ସ ନ୍ୟୁଜ୍‌): ଚୀନକୁ ଉଡ଼ିବନି ଭାରତର ବିମାନ । ଚୀରେ ଆତଙ୍କ ସୃଷ୍ଟି କରିଥିବା ‘କରୋନା’ ଭୂତାଣୁକୁ ଦୃଷ୍ଟିରେରଖି ଏପରି ନିଷ୍ପତି ନିଆଯାଇଛି । ଜୁନ ୩୦ ଯାଏଁ ଭାରତରୁ ଚୀନକୁ ଉଡ଼ିବନି ଏୟାର ଇଣ୍ଡିଆ । ଚୀନକୁ ଯାଉଥିବା ଏବଂ ସେଠାରୁ ଆସୁଥିବା ବିମାନ ସେବା ସାମୟିକ ସମୟ ପାଇଁ ରଦ୍ଦ କରି ଦିଆଯାଇଛି । କରୋନା ଭାଇରସ ଯୋଗୁଁ ଚୀନ ଯାଉଥିବା ବିମାନକୁ ଆହୁରି ୩ ମାସ ବନ୍ଦ ରଖିବ ଏୟାର ଇଣ୍ଡିଆ । ସାଂଘାଇ ଓ ହଂଗକଂଗ ଯାଉଥିବା ବିମାନକୁ ରଦ୍ଦ କରିଦିଆଯାଇଛି ।
ସେପେଟ କରୋନା ଭାଇରସରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ୨୫ ରାଷ୍ଟ୍ରରେ ଆତଙ୍କ ଖେଳାଇଛି କରୋନା ଭାଇରସ । ଗୋଟିଏ ଦିନରେ ୧୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ୨ ହଜାର ୨୩୩ ଜଣଙ୍କ କରୋନା ଭାଇରସରେ ଜୀବନ ଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here