ଚମ୍ପଟ ମାରିଲା କରୋନା ଆକ୍ରାନ୍ତ

0
60

ନବରଙ୍ଗପୁର, ଆଚିଭର୍ସ ନ୍ୟୁଜ୍‌, ୬/୦୭ (ବ୍ୟୁରୋ)-  କାନ୍ଥ ଡେଇଁ ଛୁ ମାରିଲା କରୋନା ଆକ୍ରାନ୍ତ। ନବରଙ୍ଗପୁର କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚମ୍ପଟ ମାରିଛି। ମେଡିକାଲ କାନ୍ଥ ଡେଇଁ ଖସି ଯାଇଥିବା ଥାନାରେ ଅଭିଯୋଗ ହୋଇଛି।
ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଥାନାରେ ଏତଲା ଦେଇଛନ୍ତି।

ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଗତ କାଲି ସକାଳୁ ଚମ୍ପଟ ମାରିଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର l ଯାହାକୁ ନବରଙ୍ଗପୁର ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଧରିବାରେ ବିଫଳ ହୋଇଛି।

ପ୍ରକାଶଥାଉକି ଗତ ୩ ତାରିଖରେ ଉମରକୋଟ ବ୍ଲକ ବେନୋରା ପଞ୍ଚାୟତ ଅନ୍ତର୍ଗତ ବେନୋରାଜାନୀପାରା ଗ୍ରାମର ୫୦ ବର୍ଷିୟ ଜଣେ ବ୍ୟକ୍ତିଙ୍କ କରୋନା ଆକ୍ରାନ୍ତ ରିପୋର୍ଟ ଆସିଲା ପରେ ଜିଲ୍ଲା ପ୍ରଶାସନ ତାକୁ ଘରୁ ଆଣି ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା ଚଳାଇଥିଲା।

ଗତକାଲି  ପ୍ରତିଦିନିଆ ରୁଟିନ ଅନୁଯାୟୀ ସକାଳେ 5.50ରେ ତାର ଚେକଅପ କରାଯାଇଥିଲା। ପରେ ସକାଳ ପ୍ରାୟ 7ଘଣ୍ଟା ସମୟରେ ସେ କୋଭିଡ ହସ୍ପିଟାଲରେ ନଥିବା ଦେଖିବାକୁ ପାଇଥିଲେ। ଦାମୋଦର  ହସ୍ପିଟାଲର କାନ୍ଥ ଡେଇଁ କେଉଁଆଡେ ଚାଲିଯାଇଥିବା ଜାଣିବାକୁ ମିଳିଥିଲା।

ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ଜାଣିବା ପରେ କୋଭିଡ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ ଏ ସମ୍ବନ୍ଧରେ ନବରଙ୍ଗପୁର ଥାନାରେ FIR କରିଥିଲେ।  ବର୍ତମାନ ଆକ୍ରାନ୍ତ ବ୍ୟକ୍ତି ଚମ୍ପଟ ମାରିବାର ୩୦ଘଣ୍ଟାରୁ ଅଧିକ ସମୟ ହୋଇଥିଲେ ମଧ୍ୟ ପୋଲିସ ର ହାତ ଖାଲି ରହିଛି। ଯେହେତୁ ସେ କରୋନା ଆକ୍ରାନ୍ତ ତେଣୁ ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ରହିବା ସହ ଶୀଘ୍ର ତାକୁ ଧରିବାକୁ ଦାବି କରୁଛନ୍ତି।

ପ୍ରକାଶଥାଉକି ନବରଙ୍ଗପୁରରେ ୭୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୪୯ଟି ଆକ୍ଟିଭ କେଶ ରହିଛି। ଏମାନେ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here