ଘରେ ପହଞ୍ଚିବ ଭତ୍ତା, ଗହମ, ଚାଉଳ

0
47
gd
fyry

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ହିତାଧିକାରୀଙ୍କୁ ଭତ୍ତା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଖାଦ୍ୟଶଷ୍ୟ ସେମାନଙ୍କ ଘରେ ପହଞ୍ଚାଇବେ ରାଜ୍ୟ ସରକାର । ହିତାଧିକାରୀଙ୍କୁ ପେନ୍‌ସନ୍‌ କିମ୍ବା ଖାଦ୍ୟଶସ୍ୟ ନେବା ପାଇଁ ସାଧାରଣ ଖାଉଟି ବଣ୍ଟନ କେନ୍ଦ୍ରକୁ ଆସିବାକୁ ପଡ଼ିବ ନାହିଁ। ଭିଡ଼ କମାଇବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଭତ୍ତା ଓ ଖାଦ୍ୟଶସ୍ୟ ହିତାଧିକାରୀଙ୍କ ନିକଟରେ ଯେପରି ପହଞ୍ଚିପାରିବ ସେ ନେଇ ସମସ୍ତ ଜିଲାପାଳ, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌, ସମସ୍ତ ମହାନଗର ନିଗମର କମିଶନର, ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏ ନେଇ କ୍ଷମତା ପ୍ରଦାନ କରାଯାଇଛି। ସାମାଜିକ ଗୁରୁତ୍ୱକୁ(ସୋସିଆଲ ଡିଷ୍ଟାନ୍‌ସିଂ) ଗାଇଡ୍‌ ଲାଇନ୍‌ ଅନୁଯାୟୀ ପେନ୍‌ସନ୍‌ ଓ ଖାଦ୍ୟ ସାମଗ୍ରୀ ବାଣ୍ଟିବା ପାଇଁ ବ୍ୟବସ୍ଥା କରିବେ। ଆବଶ୍ୟକ ସ୍ଥଳେ ଜିଲାର ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିପାରିବେ। ମଙ୍ଗଳବାର ଏ ନେଇ ସ୍ବାସ୍ଥ୍ୟ ଓ ପରିିବାର କଲ୍ୟାଣ ବିଭାଗ ପକ୍ଷରୁ ସର୍କୁଲାର ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here