‘ଗ୍ରୀନ ରେଳବାଇ’

0
19

ଆଚିଭର୍ସ ନ୍ୟୁଜ୍‌, ୧୫/୦୭ (ବ୍ୟୁରୋ)- ୨୦୩୦ ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ‘ଗ୍ରୀନ ରେଳବାଇ’ (ନେଟ୍ ଜିରୋ କାର୍ବନ ନିର୍ଗମନ)ରେ ପରିଣତ ହେବ । ବିଶ୍ୱ ତାପନ ଭଳି ସମସ୍ୟାର ସମାଧାନ ଦିଗରେ ଏହା ସହାୟକ ହେବ । ରେଳବାଇ ବିଦ୍ୟୁତକରଣ, ଲୋକୋମୋଟିଭଗୁଡ଼ିକରେ ଶକ୍ତି ବୃଦ୍ଧି ଏବଂ ଟ୍ରେନ ତଥା ସ୍ଥିର ଇନଷ୍ଟାଲେସନଗୁଡ଼ିକ ଅଧିକ ଶକ୍ତି ସକ୍ରିୟକ୍ଷମ କରିବା, ଷ୍ଟେସନ୍‌ଗୁଡ଼ିକର ଗ୍ରୀନ୍ ସାର୍ଟିଫିକେଟ କରାଯିବା, ରେଳ ବଗିରେ ବାୟୋ ଟଏଲେଟ ଖଞ୍ଜାଯିବା ଏବଂ ପାରମ୍ପରିକ ଶକ୍ତି ପରିବର୍ତ୍ତେ ସେସବୁକୁ ଅକ୍ଷୟ ଶକ୍ତିକ୍ଷମ କରାଯିବା ଆଦି ପଦକ୍ଷେପ ରେଳବାଇ ପକ୍ଷରୁ ନିଆଯାଇଛି । ଫଳରେ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଭାରତୀୟ ରେଳବାଇ ପକ୍ଷରୁ ସୌରଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ଷ୍ଟେସନ ଘରଛାତ ଉପରେ ସୌର ପ୍ୟାନେଲ (ଡେଭଲପର ମଡେଲ) ଖଞ୍ଜି ୫୦୦ ମେଗାୱାଟ ଶକ୍ତିି ଉତ୍ପାଦନ ଦିଗରେ କାର୍ଯ୍ୟ କରୁଛି । ଏପର୍ଯ୍ୟନ୍ତ ଦେଶର ୯୦୦ଟି ଷ୍ଟେସନ୍‌ରେ ଛାତ ଉପରେ ସୌର ପ୍ୟାନେଲ ଖଞ୍ଜାଯାଇ ୧୦୦ ମେଗାୱାଟ ସୌରଶକ୍ତି ଉତ୍ପାଦନ କରାଯାଇପାରିଛି । ଏହା ବାଦ ୪୦୦ ମେଗାୱାଟ ଉତ୍ପାଦଦନକ୍ଷମ ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ବିଭିନ୍ନ ସ୍ଥାନରେ ନିର୍ମାଣଧୀନ ରହିଛି । ୨୦୨୨ ଡିସେମ୍ବର ସୁଦ୍ଧା ୨୪୫ ମେଗାୱାଟ ଶକ୍ତି ଉତ୍ପାଦନକ୍ଷମ ପ୍ଲାଣ୍ଟଗୁଡ଼ିକ ସମ୍ପୂର୍ଣ୍ଣ କରାଯିବ ।
ଏହା ବ୍ୟତୀତ ଭାରତୀୟ ରେଳବାଇ ଭୂମିଭିତ୍ତିକ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ ଦିଗରେ ମଧ୍ୟ ପ୍ରୟାସ ଜାରି ରଖିଛି । ଭାରତୀୟ ରେଳବାଇ ନିକଟରେ ୫୧ ହଜାର ହେକ୍ଟର ଭୂମି ରହିଛି । ଯେଉଁଥିରେ ୨୦ ଗିଗାୱାଟ ଭୂମିଭିତ୍ତିକ ସୌରଶକ୍ତି କେନ୍ଦ୍ର ସ୍ଥାପନ କରାଯାଇପାରିବ । ଏହି ସୌର କେନ୍ଦ୍ରଗୁଡ଼ିକରୁ ଉତ୍ପାଦିତ ବିଜୁଳି ଶକ୍ତି କେନ୍ଦ୍ରୀୟ/ରାଜ୍ୟର ୨୫ କେଜି ଏସି ଟ୍ରାକସନ୍ ବ୍ୟବସ୍ଥା ଗ୍ରୀଡ଼କୁ ପ୍ରତ୍ୟକ୍ଷ ଭାବେ ଯୋଗାଇ ଦିଆଯାଇପାରିବ । ରେଳବାଇ ଶକ୍ତି ପରିଚାଳନା କମ୍ପନୀ ଲିମିଟେଡ (ଆରଇଏମସିଲ) ସୌରଶକ୍ତି ଉତ୍ପାଦନ ବ୍ୟବସ୍ଥା ତ୍ୱରାନିତ୍ୱ କରିବ ।
ମଧ୍ୟପ୍ରଦେଶର ବୀନାଠାରେ ୧.୭ ମେଗାୱାଟ ଏକ ପ୍ରକଳ୍ପ ଏବେ ଭାରତ ହେଭୀ ଇଲେକ୍ଟ୍ରିକାଲ ଲିମିଟେଡ (ଭେଲ) ସହଯୋଗରେ ସ୍ଥାପନ କରାଯାଇଛି । ଏହା ବିଶ୍ୱର ଏହି ଧରଣର ଏକମାତ୍ର ସୌରଶକ୍ତି ଉତ୍ପାଦନ କେନ୍ଦ୍ର ଭାବେ ପରିଚିତ ହେବ ।
ପ୍ରାରମ୍ଭିକ ଭାବେ ଭିତ୍ତିଭୂମି ସୌର ପ୍ରକଳ୍ପ ସକାଶେ ଭାରତୀୟ ରେଳବାଇ ତିନି ପର୍ଯ୍ୟାୟରେ ୩ଗିଗାୱାଟ ସୌର ପ୍ରକଳ୍ପ କାର୍ଯ୍ୟକାରୀ କରାଉଛି । ଏହାର ପ୍ରଥମ ପର୍ଯ୍ୟାୟରେ ଡେଭଲପର ମଡେଲରେ ଏପ୍ରିଲ ୨୯, ୨୦୨୦ରେ ଟେଣ୍ଟର ମଗାଯାଇଛି । ଏହାର କ୍ଷମତା ୧.୬ ଜିଗାୱାଟ ହେବ । ତାହା ରାଜ୍ୟମାନଙ୍କ ପାଇଁ ଖେଶଲା ରହିବ । ଦ୍ୱିତୀୟ ପର୍ଯ୍ୟୟରେ ୪୦୦ମେଗାୱାଟ କ୍ଷମତା ବିଶିଷ୍ଟ ତଥା ରେଳବାଇ ପ୍ଲଟରେ ଏକ ସୌରଶକ୍ତି ପ୍ଲାଣ୍ଟର ପ୍ରତିଷ୍ଠା ହେବ । ଯେଉଁଥିରେ ରାଜ୍ୟମାନଙ୍କର ପ୍ରବେଶ ରହିବ ନାହିଁ । ତୃତୀୟ ପର୍ଯ୍ୟାୟରେ ୧ଜିଗାୱାଟ କ୍ଷମତା ବିଶିଷ୍ଟ ରେଳବାଇ ପ୍ଲଟରେ ନିର୍ମିତ ଏହି ପ୍ଲାଣ୍ଟନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଡେଭଲପର ମଡେଲରେ କାର୍ଯ୍ୟକ୍ଷମ କରାଯିବ ଏବଂ ଏହାପାଇଁ ରାଜ୍ୟମାନଙ୍କର ପ୍ରବେଶ ମୁକ୍ତ ରଖାଯିବ । ଖାଲି ସେତିକି ନୁହେଁ ପବନ ଚାଳିତ ବିଦ୍ୟୁତଶକ୍ତିକୁ ଉତ୍ପାଦନ କ୍ଷେତ୍ରରେ ୧୦୩ ମେଗାୱାଟ ପବନଚାଳିତ ଶକ୍ତି ପ୍ଲାଣ୍ଟ ଗୁଡ଼ଇକୁ କାର୍ଯ୍ୟକ୍ଷମ କରାଯାଇଛି ।

LEAVE A REPLY

Please enter your comment!
Please enter your name here