ଗଞ୍ଜାମରେ ୧୦୦୦ ଟପିଲା ଆକ୍ରାନ୍ତ ସଂଖ୍ୟା, ଦିନକରେ ୭୫

0
42

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୨୫/୦୬ (ବ୍ୟୁରୋ)- ଗଞ୍ଜାମରେ ଆକ୍ରାନ୍ତ ସଂଖ୍ୟା ୧୦୦୦ ଟପିଛି, ଦିନକରେ ବଢ଼ିଛି ୭୫ । ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ପାଖାପାଖି (୬୮୮) । କଟକରେ ବି ପାଞ୍ଚ ଶହରୁ ଗୋଟିଏ କମ୍ । ଗଜପତି ଜିଲ୍ଲାରେ ୬ଦିନରେ ୧୯୨ ଆକ୍ରାନ୍ତ ଚିହ୍ନଟ ହେଲେଣି । ବୁଧବାର ଗୋଟିଏ ଦିନରେ ୭୬ ନୂଆ ରୋଗୀ ଯୋଡ଼ି ହୋଇଛନ୍ତି ଜିଲ୍ଲା ତାଲିକାରେ ।
ଜିଲ୍ଲା ପରେ ଜିଲ୍ଲା ଗିଳିବା ସହ ଦ୍ରୁତ ଗତିରେ ମାଡ଼ି ଚାଲିଛି ମହାମାରୀ । ବୁଧବାର ଦିନକରେ ରାଜ୍ୟରେ ୧୭ଟି ଜିଲ୍ଲାରେ ୨୮୨ ପଜିଟିଭ୍ । ମୋଟ ସଂକ୍ରମିତ ସଂଖ୍ୟା ବଢ଼ି ୫୭୫୨ ଛୁଇଁଛି । ୭ଦିନରେ ୧୪୦୦ ସଂକ୍ରମିତ ଚିହ୍ନଟ ହେଲେଣି । ମୋଟ ୪୧୨୩ ଜଣ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଗଲେଣି । ସାରା ରାଜ୍ୟରେ ଏବେ ୧୬୦୫ ଜଣ ରୋଗୀ ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।
ମୃତ୍ୟୁ ସଂଖ୍ୟା ୨୪, ଯେଉଁଥିରୁ କରୋନା ମୃତ୍ୟୁ ୧୭ । ସରକାରୀ ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୦ ଛୁଇଁଛି । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସଂକ୍ରମିତ ହେଲାପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି । ଲୋକଙ୍କ ପାଇଁ ୧୦ଦିନ ସବୁ ସରକାରୀ ଅଫିସକୁ ବନ୍ଦ କରିଦେଇଛି ।

LEAVE A REPLY

Please enter your comment!
Please enter your name here