ଗଞ୍ଜାମରେ କରୋନା ୧୦ ହଜାର ଟପିଲା l

0
16

ଆଚିଭର୍ସ ନ୍ୟୁଜ୍‌, ୩୧/୦୭ (ବ୍ୟୁରୋ):- ରାଜ୍ୟରେ ଆଜି ୧୪୯୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୫୮୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୯୧୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।

ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୩୬୪ ଥିବା ବେଳେ ଖୋର୍ଦ୍ଧାରେ ୪୨୦୦, କଟକରେ ୨୦୭୧, ଗଜପତିରେ ୧୪୦୨, ଯାଜପୁରରେ ୧୨୪୪, ବାଲେଶ୍ବରରେ ୯୭୧, ଜଗତସିଂହପୁର ଜିଲ୍ଲାରେ ୭୧୦, ପୁରୀରେ ୭୫୩, କେନ୍ଦ୍ରାପଡ଼ାରେ ୪୭୭, ଭଦ୍ରକ ଜିଲ୍ଲାରେ ୬୦୬, ସୁନ୍ଦରଗଡ଼ରେ ୧୩୭୩, ବଲାଙ୍ଗୀରରେ ୪୨୫, କନ୍ଧମାଳରେ ୫୨୭, ମୟୂରଭଞ୍ଜରେ ୬୫୨, ନୟାଗଡ଼ରେ ୬୨୩, କେନ୍ଦୁଝରରେ ୭୫୭, ନୂଆପଡ଼ାରେ ୧୩୮, ଝାରସୁଗୁଡ଼ାରେ ୩୧୦, ଢେଙ୍କାନାଳରେ ୨୯୬, କଳାହାଣ୍ଡିରେ ୨୦୭, ବରଗଡ଼ ଜିଲ୍ଲାରେ ୪୧୨, ଅନୁଗୁଳରେ ୩୩୦, ମାଲକାନଗିରିରେ ୫୩୬, ସମ୍ବଲପୁରରେ ୩୯୮, ଦେବଗଡ଼ରେ ୯୪, ବୌଦ୍ଧରେ ୧୩୭, ସୁବର୍ଣ୍ଣପୁର ଜିଲ୍ଲାରେ ୯୧, କୋରାପୁଟରେ ୭୭୧, ରାୟଗଡ଼ା ଜିଲ୍ଲାରେ ୭୩୩ ଓ ନବରଙ୍ଗପୁର ଜିଲ୍ଲାରେ ୨୬୯ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here