କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆୟୁର୍ବେଦିକ ଚିକିତ୍ସା

0
144
bgt
jiu

କୋରୋନାଠୁ ଦୁରେଇ ରଖିବ ଆୟୁର୍ବେଦ । ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳାୟ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି। ଏହି ପଦକ୍ଷେପଗୁଡ଼ିକ ଘରେ ଅତି ସହଜରେ କରାଯାଇପାରିବ। ବୁଧବାର ଆୟୁଷ ମନ୍ତ୍ରଣାଳୟର ପରାମର୍ଶକୁ ନିଜ ଟ୍ୱିଟରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ତାଙ୍କ ଟ୍ୱିଟରେ ଲୋକଙ୍କୁ ଏହାକୁ ନିଜ ଜୀବନର ଏକ ଅଂଶ କରିବା ପାଇଁ ଅନୁରୋଧ କରିଛନ୍ତି । ଆୟୁଷ ମନ୍ତ୍ରଣାଳୟ ଦ୍ୱାରା କୁହାଯାଇଥିବା ପଦକ୍ଷେପଗୁଡ଼ିକ ହେଉଛି ଦିନସାରା ଗରମ ପାଣି ପିଇବା, ପ୍ରତିଦିନ ଅତି କମରେ ୩୦ ମିନିଟ ଯୋଗ ଅଭ୍ୟାସ କରିବା, ପ୍ରାଣାୟାମ ଏବଂ ଧ୍ୟାନ ଅଭ୍ୟାସ କରିବା, ରୋଷେଇରେ ହଳଦୀ, ଜିରା, ଧନିଆ ଏବଂ ରସୁଣ ଭଳି ମସଲା ବ୍ୟବହାର କରି ରୋଗ ପ୍ରତିରୋଧକ ଶକ୍ତି ବଢାଇ ହେବ । ତେବେ ଏହା କୋଭିଡ -୧୯ ର ଚିକିତ୍ସା ପାଇଁ ନୁହେଁ ବରଂ ଏଥିରୁ ରକ୍ଷା ପାଇବା ପାଇଁ ବୋଲି ଆୟୁଷ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଆୟୁର୍ବେଦିକ ସାହିତ୍ୟ ଏବଂ ବୈଜ୍ଞାନିକ ପତ୍ର-ପତ୍ରିକା ଉପରେ ଆଧାର କରି ଏହି ସୁପାରିଶ କରାଯାଇଛି । ବ୍ୟତୀତ କୋରୋନା ସଂକ୍ରମଣ ସମୟରେ ନିଜ ଦେହରେ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧ ପାଇଁ କେତେକ ସହଜ ଓ ସରଳ ଉପାୟ ଘରେ ରହି ମଧ୍ୟ କରିପାରିବ ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଛିଙ୍କ, କାଶ ହେଲେ ଦୈନିକ ନାକର ଦୁଇପୁଡାରେ ଦିନକୁ ଦୁଇଥର ରାଶି ତେଲ ବା ନଡିଆ ତେଲ କିମ୍ବା ଗୁଆ ଘିଅ ପକାଇବ ।

ସେହିପରି ଦିନକୁ ଥରେ କିମ୍ବା ଦୁଇ ଥର ଏକ ଚାମଚ ରାଶି ତେଲ କିମ୍ବା ନଡିଆ ତେଲକୁ ପାଟିରେ 2ରୁ 3 ମିନିଟ ପର୍ଯ୍ୟନ୍ତ କୁଳି କରିବ । ତାକୁ ନ ଢୋକି ଫୋପାଡି ଦେବ ଏବଂ ସଂଗେ ସଂଗେ ଗରମ ପାଣିରେ କିଛି ସମୟ ଗଗଲିଙ୍ଗ କରିବ । ଯଦି ଗଳାରେ ଯନ୍ତ୍ରଣା ଅନୁଭବ କରନ୍ତି କିମ୍ବା ସୁଖିଲା କାଶ ହୁଏ, ତେବେ ସଜ ପୁଦିନା ପତ୍ର କିମ୍ବା ଓଜୱିନ ମଞ୍ଜିକୁ ପାଣିରେ ଫୁଟାଇ ତାର ବାମ୍ଫ ଦିନକୁ ଗୋଟିଏ ଥର ନେବ ।

ଲବଙ୍ଗ ଗୁଣ୍ଡରେ ଚିନି କିମ୍ବା ମହୁ ମିଶାଇ ଦିନକୁ 2ରୁ 3 ଥର ଖାଇବ । ତେବେ ଏ କ୍ଷେତ୍ରରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଗୁଡିକୁ ମୋଦି ବର୍ଷବର୍ଷ ଧରି କରିଆସୁଛନ୍ତି । ଦେଶବାସୀ ମଧ୍ୟ ଏହାକୁ ନିଜ ଜୀବନର ଏକ ଅଂଶ କରନ୍ତୁ, ଏବଂ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ବୋଲି ମୋଦି ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here