କୋରୋନା ପାଇଁ ତାରାତାରିଣୀ ପୀଠରେ କଟକଣା

0
168
SW
AS

ଭୁବନେଶ୍ଵର: ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ଉପରେ ମଧ୍ୟ କୋରୋନାର ବଡ ଧରଣର ପ୍ରଭାବ ପଡିଛି । ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚକୁ ନେଇ କଟକଣା ଜାରି କରିଛି ପ୍ରଶାସନ । ଏପରିକି ତାରାତାରିଣୀ ଯାତ୍ରାରେ ଶିଶୁଙ୍କ ମୁଣ୍ଡନକୁ ବନ୍ଦ କରି ଦିଆଯାଇଛି । ଏଥିସହିତ ଉଭୟ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ନ ଆସିବା ପାଇଁ ବି ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଏପଟେ ତାରାତାରିଣୀ ଚୈତ୍ର ଯାତ୍ରାରେ ସ୍ଥାନୀୟ ଲୋକେ ହିଁ ମାଆଙ୍କ ପୂଜା କରିପାରିବେ ବୋଲି ସୂଚନା ଦିଆଯାଇଛି । ସେହିପରି ମାଆଙ୍କ ଯାତ୍ରା ସମୟରେ ହେଉଥିବା ନାଚ ଗୀତକୁ ବି ସଂପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ବିଶ୍ୱରେ ମହାମାରୀର ରୂପ ନେଇଥିବା କୋରୋନା ଏବେ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଏହି ଭୂତାଣୁ ଦୁଇ ମୁଣ୍ଡ ନେଲାଣି । ଏବେ ସୁଦ୍ଧା 107 ଜଣ କୋରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ରାଜ୍ୟ ମାନଙ୍କରେ ହଇଚଇ ସୃଷ୍ଟି ହୋଇଛି । କୋରୋନା ମୁକାବିଲା ପାଇଁ ସମସ୍ତେ ଲାଗିପଡିଛନ୍ତି । ବିଶେଷ କରି ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଅନେକ କଟକଣା କରାଯାଉଛି ।

LEAVE A REPLY

Please enter your comment!
Please enter your name here