କୋଭିଡ୍‌-୧୯ ଶ୍ରମିକଙ୍କ ଥଇଥାନ

0
51

ଆଚିଭର୍ସ ନ୍ୟୁଜ୍‌, ୨୬/୦୬ (ବ୍ୟୁରୋ)- ଓଡ଼ିଶାର ଏହି ଶ୍ରମିକମାନଙ୍କୁ ନିଯୁକ୍ତି ଦେବା ସହିତ କିପରି ଓଡ଼ଇଶାର ସାମଗ୍ରିକ ଅର୍ଥନୈତିକ ଉନ୍ନତି ସମ୍ଭବ, ସେ ବିଷୟେୀ ଆଲେଚନା କରିବା ପୂର୍ବରୁ ଓଡ଼ିଶାରେ କପାଚାଷ, ସୂତାକଳ ଓ ଲୁଗାକଳର ଇତିହାସ ଓ ସମ୍ଭାବନା ବିଷୟରେ ସମ୍ୟକ ଆଲୋଚନା ନିହାତି ଜରୁରୀ ।
ଓଡ଼ିଶାର ମୃତ୍ତିକା, ଜଳବାୟୁ ଆଦି ବିଭିନ୍ନ ଅର୍ଥକାରୀ ଫସଲ ପାଇଁ ବେଶ୍ ଅନୁକୂଳ । ବିଶେଷ କରି ସବୁଠାରୁ ଅଧିକ ଲାଭ ପ୍ରଦାନକାରୀ ଫସଲ ହେଉଛି କପା । ବର୍ତ୍ତମାନ ଓଡ଼ିଶାର ରାୟଗଡ଼ା, କଳାହାଣ୍ଡି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନ୍‌ପୁର, ବୌଦ୍ଧ, ଗଜପତି ଆଦି ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୭୦ ହଜାର ହେକ୍ଟର ଜମିରେ କପା ଚାଷ କରାଯାଉଛି । ଉତ୍ପାଦନର ଏକ ଭାଗ ମଧ୍ୟ ଓଡ଼ିଶାରେ ବ୍ୟବହାର ହେଉନି, ବାହାର ରାଜ୍ୟର ବେପାରୀ ଏହା କିଣିଥାନ୍ତି । ଓଡ଼ିଶାରେ ଉନ୍ନତମାନର ତଥା ଲମ୍ବା ତନ୍ତୁ ବିଶିଷ୍ଟ କପା ଉତ୍ପାଦନ ହୋଇଥାଏ, ଯାହାକି ସୂତାକଳମାନଙ୍କ ଦ୍ୱାରା ବୋ୍ ଆଦୃତ ହୋଇଥାଏ । ରାୟଗଡ଼ାର ଗୁଣୁପୁର ଅଞ୍ଚଳରେ ଉତ୍ପାଦିତ କପାର ତନ୍ତୁ ଲମ୍ବା ଏବଂ ଶକ୍ତ ଯାହାକୁ ଭାରତର ଅନ୍ୟତମ ଶ୍ରେଷ୍ଠ କପା ବୋଲି ଅଭିହିତ କରାଯାଇପାରେ । ସେହିପରି କଳାହାଣ୍ଡିରେ ଉତ୍ପାଦିତ କପା ‘ଜୈବିକ କପା’ର ମାନ୍ୟତା ପାଇବା ପାଇଁ ଉପଯୁକ୍ତ ।
ଓଡ଼ିଶାର ଭୌଗୋଳିକ ସ୍ଥିତିରେ କପାଚାଷକୁ ପରିବ୍ୟାପ୍ତ କରିବା ପାଇଁ ଯଥେଷ୍ଟ ସୁବିଧା ରହିଛି । ଓଡ଼ିଶାର ଉଚ୍ଚ ଓ ମଧ୍ୟମ ଜମିର ପରିମାଣ ୪୬ଲକ୍ଷ ହେକ୍ଟରରୁ ଅଧିକା । ଏଥିରୁ କୃଷ୍ଣ କାର୍ପାସ ମୃର୍ତ୍ତିକା ତଥା କପା ଚାଷ ପାଇଁ ଉପଯୁକ୍ତ ମୃତ୍ତିକା ଥିବା ଜମିର ପରିମାଣ ୧୫ଲକ୍ଷ ହେକ୍ଟରରୁ ଅଧିକ । ଏହି ପରିମାଣ ଜମିରୁ ୫ଲକ୍ଷ ହେକ୍ଟର ଜମିରେ କପା ଚାଷ କରିବା ବିଶେଷ କଷ୍ଟସାଧ୍ୟ ହେବନାହିଁ ।
ଏହି କଳ୍ପନା ଯଦି ସାକାର ହୋଇପାରିବ ତେବେ ଓଡ଼ିଶାର ୧୦ଲକ୍ଷ ଲୋକଙ୍‌କ ପାଇଁ ସମୁଚିତ ରୋଜଗାର ସମ୍ଭାବନା ୂସୃଷ୍ଟି ହେବା ସହିତ ରାଜ୍ୟର ଅଦ୍ଭୁତପୂର୍ବ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ଏହି ମହଦାକାଂକ୍ଷୀ ଯୋଜନା କଷ୍ଟସାଧ୍ୟ ହେଲେ ମଧ୍ୟ ଅସମ୍ଭବ ନୁହେଁ । ବର୍ତ୍ତମାନ ଆମ ରାଜ୍ୟରେ ଏକ କ୍ରିୟାଶୀଳ ଦୃଢ଼ ସରକାର ଅଛି । ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରୋଜେକ୍ଟକୁ ଯେଉଁ ଭଳି ଉତ୍ସାହ ନେଇ ସ୍ୱତନ୍ତ୍ର ଦୃଷ୍ଟିକୋଣ ସହ କାର୍ଯ୍ୟକାରୀ କରାଯାଉଛି, ସେହିପରି ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ସମାପନ କରିବା ଲକ୍ଷ୍ୟ ନେଇ ଔଦୋଗିକ ଢ଼ାଞ୍ଚାରେ ସମସ୍ତ ବିଭାଗର ସମନ୍ୱୟରେ କାର୍ଯ୍ୟ ପରିଚାଳନା କଲେ ଏହା ନିଶ୍ଚୟ ସମ୍ଭବ ହେବ ।

LEAVE A REPLY

Please enter your comment!
Please enter your name here