କେମିତି ରହିବେ ଭାଇରାଲ ଇନଫେକ୍ସନରୁ ଦୂରରେ ?

0
106
ABC
ABC

() ଆଜିକାଲି ବାୟୁ ମଣ୍ଡଳର ପ୍ରଦୂଷଣର ମାତ୍ରା ଦିନକୁ ଦିନ ଏତେ ମାତ୍ରାରେ ବଢ଼ୁଛି ଯେ ସୁସ୍ଥ ଜୀବନ ଯାପନ କରିବା ଖୁବ୍ କଷ୍ଟକର ହୋଇପଡିଲାଣି । ପ୍ରତ୍ୟେକ ଦିନ ସର୍ଦ୍ଦି, ଥଣ୍ଡା, କାଶ ମଣିଷର ପିଛା ଛାଡୁନି । ଏମିତିକି ମୁଣ୍ଡ ବିନ୍ଧିବା, ଗଳା ଦରଜ ହେବା, ଶରୀର ପୀଡା ହେବା ପରି ସମସ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏମିତି ସ୍ଥିତିରେ କେମିତି ରହିବେ ସର୍ତକ ଏବଂ କେମିତି ଆପଣଙ୍କର ଇମ୍ୟୁନିଟି ସିଷ୍ଟମକୁ ବଢ଼ାଇବେ ତାହା ଆମେ ଆପଣଙ୍କୁ ଜଣାଇବୁ । ତାହାଲେ ଚାଲନ୍ତୁ ଆଗକୁ ବଢ଼ିବା ।

ତେବେ ଫ୍ରେଣ୍ଡସ୍ ଦିନସାରା କଣ ଖାଇଲେ ଏବଂ କଣ ପିଇଲେ ଆପଣ ସୁସ୍ଥ ରହିବେ ସେଥିପ୍ରତି ଧ୍ୟାନ ଦେବା ତ ନିହାତି ଆବଶ୍ୟକ । ଆଜି ଆମେ ଯେଉଁ ଘରୋଇ ଚିକିତ୍ସା ବିଷୟରେ ଆପଣଙ୍କୁ କହିବୁ ସେସବୁ ଅତି ସହଜରେ ଅପାଣଙ୍କୁ ମିଳିଯିବ । ଏବଂ ଏହାକୁ କାମରେ ଲଗାଇଲେ ଇନଫେକ୍ସନଭଳି ସମସ୍ୟାର ଚିକିତ୍ସା ମଧ୍ୟ କରିପାରିବେ । ତାହାଲେ ଚାଲନ୍ତୁ ଜାଣିବା ।
ତୁଳସୀ- ହିନ୍ଦୁ ଶାସ୍ତ୍ରରେ ତୁଳସୀର ଏକ ବିଶେଷ ମହତ୍ୱ ରହିଛି । ସକାଳୁ ଖାଲି ପେଟରେ ୫ଟି ତୁଳସୀ ପତ୍ର ଚୋବାଇ ଖାଇଲେ ତାହା ସ୍ୱାସ୍ଥ୍ୟ ପାଇଁ ସର୍ବୋତମ ହୋଇ ଥାଏ । ଯଦି ଆପଣ ତୁଳସୀରେ କାଡା କିମ୍ବା ଚାହା କରି ପିଇ ପାରିବେ ଏହା ମଧ୍ୟ ଶରୀର ପ୍ରତି ସୁ ପ୍ରଭାବ ପକାଇବ ।
ହଳଦୀ- ତୁଳସୀ ପରି ଆଉ ଗୋଟିଏ ମହୌଷଧୀ ହେଲା ହଳଦୀ । ଏହା ମୁଖ୍ୟତଃ ରୋଷେଇ ଘରେ ମସଲା ରୂପେ ବ୍ୟବହାର କରାଯାଉଥିବା ସହ ଅନେକ ଇନ୍‌ଫେକ୍ସନ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ । ହଳଦୀ ଶରୀରର ଇମ୍ୟୁନିଟି ସିଷ୍ଟମକୁ ଷ୍ଟ୍ରଙ୍ଗ ମଧ୍ୟ କରିଥାଏ । ଶୀତ ଦିନରେ କ୍ଷୀର ସହ ହଳଦୀ ପିଇଲେ ଶରୀର ଉଷୁମ ରହିବା ସହ ଭାଇରାଲ ଇନଫେକ୍ସନରୁ ମଧ୍ୟ ରକ୍ଷା ମିଳିଥାଏ ।
ଅଶ୍ୱଗନ୍ଧା- ଅଶ୍ୱଗନ୍ଧାକୁ ସୁପର ଫୁଡ୍ ହିସାବରେ ନିଆଯାଏ । ଏହି ସାଧାରଣ ଜିନିଷଟି କୌଣସୀ ପ୍ରକାର ଇନଫେକ୍ସନ ସହ ଲଢ଼ିବାର କ୍ଷମତା ରଖିଥାଏ । ଏହାକୁ ନିୟମିତ ସେବନ କଲେ ବହୁ ଉପକାର ମିଳିଥାଏ ।
ଅଦା- ଅଦା ଶରୀର ପାଇଁ ଏକ ଅମୃତ ସଦୃଶ । ଗଳା ଦରଜ ହେଉଥିଲେ ଅଦା ଗରମ ପାଣି କିମ୍ବା ଅଦାର ସୁପ୍ ପଇିଲେ ବେଶ ଲାଭକାରୀ ହୋଇଥାଏ । ଏହା ସହ କିଛି ପେଟ ରୋଗ ହେଲେ ଅଦାରସ ପିଇଲେ ମଧ୍ୟ ସୁଫଳ ମିଳିଥାଏ ।
ତେଲ ମାଲିସ୍‌- ଶରୀରରୁ ଥକା ପଣ ଦୂରେଇବା ସହ ଶରୀରକୁ ଫୂର୍ତୀ ରଖିବା ପାଇଁ ନିୟମିତ ତେଲ ମାଲିସ୍ କରିବା ଉଚିତ୍ । ଅନେକ ସମୟରେ ବାୟୁ ପ୍ରଦୂଷଣ ଯୋଗୁଁ ସ୍କିନ୍ ଆର୍ଲଜୀ ଦେଖାଯାଇଥାଏ । ଏହି ସମୟରେ ଅଲିଭ ତେଲ କିମ୍ବା ନଡିଆ ତେଲକୁ ଉଷୁମକରି ମାଲିସ୍ କଲେ ଲାଭ ମିଳିଥାଏ ।

LEAVE A REPLY

Please enter your comment!
Please enter your name here