କେନ୍ଦ୍ର ସରକାର କର୍ମଚାରୀଙ୍କ କାଟ ହେବନି ଦରମା ବା ପେନ୍‌ସନ୍‌: ଅର୍ଥମନ୍ତ୍ରୀ ନିର୍ମଳା

0
108
bhtg
nirmala

ନୂଆଦିଲ୍ଲୀ : କୋରୋନା ମହାମାରୀ ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା କାଟ ହେବ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଆଜି ଖଣ୍ଡନ କରିଛନ୍ତି।  ଦରମା କାଟ କରିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଟ୍ୱିଟ୍‌ରେ ସ୍ପଷ୍ଟ କରିଛନ୍ତି।

ଏପ୍ରିଲ୍‌ ମାସରେ ଏମିତି ଏକ ଟ୍ୱିଟ୍‌ରେ ମନ୍ତ୍ରାଳୟ ସ୍ପଷ୍ଟ କରିଥିଲା ଯେ କେନ୍ଦ୍ର ସରକାର ପେନ୍‌ସନଭୋଗୀମାନଙ୍କର ପ୍ରାପ୍ୟରୁ ୨୦% କଟାଯିବା ଖବର ମଧ୍ୟ ‘‘ମିଛ ଓ ଭିତ୍ତିହୀନ’’। ତେଣୁ ଦରମା ବା ପେନ୍‌ସନ୍‌ କାଟ ହେଉନଥିବା ସ୍ପଷ୍ଟ ହେଉଛି। ତେବେ କରୋନା ଭୂତାଣୁ ବିରୋଧୀ ଲଢେଇରେ ଖର୍ଚ ତୁଲାଇବାକୁ ଗତ ମାସରେ କେନ୍ଦ୍ରସରକାର ନିଜର ୫୦ ଲକ୍ଷ ଚାକିରିଆ ଓ ୬୧ ଲକ୍ଷ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗାଭତ୍ତାକୁ ବନ୍ଦ କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here