କରୋନା ସତର୍କତା ପାଇଁ କେତେ ଦୂରତା ଆବଶ୍ୟକ ?

0
56
yy
nhy

ଭୁବନେଶ୍ୱର: କରୋନା ଭୂତାଣୁ ପୂରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଭାରତରେ ୩୯ ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ତେବେ କରୋନାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ସ୍ଥିତିରେ କରୋନା ସତର୍କତା ପାଇଁ କେତେ ଦୂରତା ଆବଶ୍ୟକ ? ଏନେଇ ସମସ୍ତେ ଅବଗତ ରହିବା ଆବଶ୍ୟକ ।

1.ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଛଅ ଫୁଟରୁ କମ୍ ଦୂରତା ରହିଲେ କୋରୋନା ଭାଇରସ୍ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।

2.ଏହି ମାରାତ୍ମକ ଜୀବାଣୁ ଜଣେ ବ୍ୟକ୍ତିଠାରୁ ଅନ୍ୟକୁ ବ୍ୟାପିଥାଏ।

3.କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତି ଏହାର ଶିକାର ହୋଇପାରନ୍ତି ।

4.କାଶ ଏବଂ ଛିଙ୍କ ଦ୍ୱାରା କୋରୋନା ଭାଇରସ୍ ବିସ୍ତାର ହୋଇଥାଏ ।

5.ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ସ୍ପର୍ଶ ହୋଇଥିବା ଟେବୁଲ୍, ଶଯ୍ୟା କିମ୍ବା ଅନ୍ୟାନ୍ୟ ଜିନିଷ ଦ୍ୱାରା ଏହି ଜୀବାଣୁ ସଂକ୍ରମିତ ହୋଇଥାଏ ।

6.ଘରୁ ବାହାରିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ।

7.କାଶୁଥିବା ଏବଂ ଛିଙ୍କୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

8.ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ଛୁଇଁଥିବା ଜିନିଷକୁ ସ୍ପର୍ଶ କରନ୍ତୁ ନାହିଁ ।

9.ବାରମ୍ବାର ଭଲ ଭାବେ ହାତକୁ ଧୋଇବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here