କରୋନା ଯୋଗୁଁ ଦିଲ୍ଲୀରେ ୩୧ ଯାଏଁ ପ୍ରାଇମେରୀ ସ୍କୁଲ ଛୁଟି

0
57
bh
bfd

ନୂଆଦିଲ୍ଲୀ(ଆଚିଭର୍ସ ନ୍ୟୁଜ୍‌): କରୋନା ଭାଇରସ ଏବେ ଭାରତରେ ଧୀରେ ଧୀରେ ପାଦ ରଖିବା ଆରମ୍ଭ କରିଛି। ଗୁରୁବାର ସୁଦ୍ଧା କରୋନା ଭାଇରସରେ ୩୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି, ଏହାସହ ପାଖାପାଖି ୨୯ ହଜାର ଲୋକଙ୍କ ଉପରେ କଡା ନଜର ରଖାଯାଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଶୁକ୍ରବାରଠାରୁ ବନ୍ଦ କରି ଦିଆଯାଇଛି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଗୁରୁବାର କହିଛନ୍ତି। କରୋନା ଭାଇରସର ପ୍ରଭାବକୁ ଦେଖି ଏସବୁ ସ୍କୁଲକୁ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସିସୋଡିଆ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here