‘କବୀର ସିଂହ’ ଦେଇଥିଲା କିଆରାଙ୍କୁ ଅନେକ ସଫଳତା

0
52

ବଲିଉଡ୍ ଚଳଚ୍ଚିତ୍ର ‘କବୀର ସିଂହ’ ଅଭିନେତା ସାହିଦ୍ କପୁର ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାନିଙ୍କୁ ବଡ଼ ସଫଳତା ଦେଇଥିଲା । ସେମାନଙ୍କ କ୍ୟାରିୟରକୁ ଏହା ଏକ ନୂଆ ମୋଡ଼ ଦେଇଥିଲା । ବକ୍ସ ଅଫିସ୍‌ରେ ଏହା ୩୭୯ କୋଟି ଟଙ୍କାର କାରବାର କରିଥିଲା । (୨୦୧୯ ଜୁନ୍ ୨୧)ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା । ଦର୍ଶକେ ଏହାକୁ ବେଶ୍ ପସନ୍ଦ କରିଥିଲେ । ତେଲୁଗୁ ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର ରିମେକ୍ ଏହି ମୁଭିର ବର୍ଷ ପୂର୍ତ୍ତି ଅବସରରେ ଅଭିନେତ୍ରୀ କିଆରା ଆଡ୍‌ଭାନି ଆଜି ସୋଦିଆଲ୍ ମିଡିଆରେ ଫିଲ୍ମର କିଛି ପିକ୍‌ଚର ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ଡୟର୍ କବୀର ସିଂହ, ହାପି ଆନିଭର୍‌ସାରି! ୠଭ୍ ଅଲ୍‌ୱେଜ୍‌, ପ୍ରୀତି ।’ କବୀର ସିଂହରୁ ମିଳିଥିବା ସଫଳତା କିଆରାଙ୍କୁ ଅନେକ ସହାୟକ ହୋଇଛି । କିଆରାଙ୍କ ‘ଭୁଲ୍ ଭୁଲୈୟା’ରୁ ସିକ୍ୱେଲରେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ଦେଖିବାକୁ ମିଳିବ । ଏମିତି କି ଅକ୍ଷୟ କୁମାରଙ୍କ ସହ ‘ଲକ୍ଷ୍ମୀ ବମ୍‌’ରେ ବି କିଆରା ନଜର ଆସିବେ ।

LEAVE A REPLY

Please enter your comment!
Please enter your name here