ଏସ୍‌ସିବିରେ ହେବ କରୋନା ପରୀକ୍ଷା

0
89
cfr
cfds

କଟକ: ଏସ୍‌ସିବି ମେଡିକାଲରେ କରୋନା ଭୂତାଣୁ ପରୀକ୍ଷା କେନ୍ଦ୍ର ଖୋଲାଯିବ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଙ୍ଗଳବାର ସୂଚନା ଦେଇଛନ୍ତି।
ରାଜ୍ୟର ବିଭିନ୍ନ ବେସରକାରୀ ଓ ସରକାରୀ ଡାକ୍ତରଖାନାରେ କରୋନା ଭୂତାଣୁ ପରୀକ୍ଷା କେନ୍ଦ୍ର ପାଇଁ ରାଜ୍ୟ ସରକାର ଦାବି କରିଥିଲେ। ଦାବିକୁ ଗ୍ରହଣକରି କେବଳ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଅନୁମତି ମିଳିଥିବା ନେଇ ମନ୍ତ୍ରୀ ଦାସ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି ଏବଂ ଏମ୍‌ସରେ କରୋନା ଭୂତାଣୁ ପରୀକ୍ଷା କରାଯାଉଛି।

LEAVE A REPLY

Please enter your comment!
Please enter your name here