ଏବେ ଖାଇହେବ କୁକୁଡ଼ା ମାଂସ ଓ ଅଣ୍ଡା

0
68
qqq
OLYMPUS DIGITAL CAMERA

ଭୁବନେଶ୍ୱର: ଏବେ ଖାଇହେବ କୁକୁଡ଼ା ମାଂସ ଓ ଅଣ୍ଡା । ଖାଇବାରେ କୌଣସି ଭୟ ନାହିଁ ବୋଲି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ସରକାରଙ୍କ ତରଫରୁ ଓୟୁଏଟି କୁକୁଡ଼ା ଫାର୍ମ ଓ ଏହାର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ସମସ୍ତ କୁକୁଡ଼ା ଓ ବତକଙ୍କୁ ମାରି ପୋତି ଦିଆଯିବା ସହ ଉପଲବ୍ଧ ଅଣ୍ଡା ଓ କୁକୁଡ଼ା ଖାଦ୍ୟକୁ ମଧ୍ୟ ନଷ୍ଟ କରି ପୋତି ଦିଆଯାଇଛି। ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ବିଶୋଧକ ପ୍ରୟୋଗ କରାଯାଇଛି। ଓୟୁଏଟି କୁକୁଡ଼ା ଫାର୍ମକୁ ସିଲ୍‌ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ତରଫରୁ ଗତ ୪ ତାରିଖରେ ‘ଜୀବାଣୁମୁକ୍ତ ପ୍ରମାଣପତ୍ର’ ପ୍ରଦାନ କରାଯାଇଛି। ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here