ଆସନ୍ତା ୩୦ରେ ଶେଷହେବ ମାଟ୍ରିକ ଖାତାଦେଖା

0
48

କଟକ, ଆଚିଭର୍ସ ନ୍ୟୁଜ୍‌, ୨୫/୦୬ (ବ୍ୟୁରୋ)- ଆସନ୍ତା ୩୦ ତାରିଖରେ ମାଟ୍ରିକ୍‌, ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ଖାତା ଦେଖା ଶେଷ ହେବ । ଯେଉଁ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ବାକି ରହିଯାଇଥିବ ତାହାକୁ ମାଧ୍ୟମିତ ଶିକ୍ଷା ପରିଷଦ(ବୋର୍ଡ) କାର୍ଯ୍ୟାଳୟକୁ ଅଣାଯାଇ ଶେଷ କରାଯିବ । ମୂଲ୍ୟାୟନ କାର୍ଯ୍ୟ ସରିବାପରେ ନମ୍ବର ତଦାରଖ (ଭେରିଫିକେସନ୍‌) କରାଯାଇ ଜୁଲାଇ ଶେଷ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି । ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ଥିବା ବୋର୍ଡ ଅଧିକାରୀମାନେ ଫେରିବା ପରେ ସେମାନଙ୍କର ସ୍ୱାବ୍ ପରୀକ୍ଷା କରାଯାଇ ଛଡ଼ାଯିବ ବୋଲି ମଧ୍ୟ ବୋର୍ଡ ପକ୍ଷରୁ ଯୋଜନା କରାଯାଇଛି ।

LEAVE A REPLY

Please enter your comment!
Please enter your name here