ଆସନ୍ତାକାଲି ପବିତ୍ର ବାହୁଡ଼ାଯାତ୍ରା

0
27

ପୁରୀ, ଆଚିଭର୍ସ ନ୍ୟୁଜ୍‌, ୩୦/୦୬ (ବ୍ୟୁରୋ)- ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀଜିଉ। ଏଥିପାଇଁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ।

ନୀତି ନିର୍ଘଣ୍ଟ ବିଷୟରେ ଜାଣି ରଖନ୍ତୁ

  • ଆସନ୍ତାକାଲି ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ହେବ।
  • ଏହାପରେ ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଓ ରୋଷ ହୋମ ନୀତି ଅନୁଷ୍ଠିତ ହେବ।
  • ଭୋର ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟ ପୂଜା
  • ୫ଟା ୩୦ରେ ଦ୍ୱାରପାଳ ପୂଜା ସହ ବେଶ ସମାପନ ହେବ।
  • ସକାଳ ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ବା ଖେଚୁଡ଼ି ଭୋଗ ଲାଗି ହେବ।
  • ସେନାପଟା ଲାଗି ସକାଳ ୭ରୁ ୭ଟା ୩୦ ମଧ୍ୟରେ କରାଯିବ।
  • ୭ଟା ୪୫ରେ ମଙ୍ଗଳାର୍ପଣ ପରେ ୮ଟାରୁ ଆରମ୍ଭ ହେବ ବାହୁଡ଼ା ପହଣ୍ଡି।
  • ସକାଳ ୧୦ଟା ଯାଏ ପହଣ୍ଡି ଚାଲିବା ସହ ବେଶ ଶେଷ ହେବ।
  • ୧୦ଟା ୩୦ରୁ ୧୧ଟା ୩୦ ଭିତରେ ଛେରା ପହଁରା କରାଯିବ। ୧୧ଟାରୁ ଚାରମାଳ ଫିଟିବା ସହ ଘୋଡ଼ା ଯୋଖାଯିବ ।
  • ଏହାପରେ ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here