ଆସନ୍ତାକାଲିଠୁ କାଉଣ୍ଟରରେ ମିଳିବ ମଦ

0
34

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୩୦/୦୬ (ବ୍ୟୁରୋ)- ଆସନ୍ତାକାଲି ଠାରୁ ମଦ ଦୋକାନ କାଉଣ୍ଟରରେ ମିଳିବ ମଦ। ବିଦେଶୀ ମଦ ଓ ବିୟର ଦୋକାନ କାଉଣ୍ଟରରେ ମିଳିବ। ଏଥିପାଇଁ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ। କାଉଣ୍ଟରରେ ଭିଡ଼ ଏଡ଼ାଇବାକୁ ଇ-ଟୋକନ ବ୍ୟବସ୍ଥା କରାଯିବ। ଗ୍ରାହକଙ୍କୁ ପୋର୍ଟାଲରେ ସ୍ଲଟ ବୁକିଂ କରି ଟୋକନ ହାସଲ କରିବାକୁ ପଡ଼ିବ। ଇ-ଟୋକନ କିଭଳି ମିଳିବ, ସେନେଇ ଦୋକାନୀ ଡିସ୍‌ପ୍ଲେ କରିବେ। ଟୋକନ ପାଇବା ପରେ ଯାଇ ଜଣେ ମଦ ଦୋକାନକୁ ଯାଇପାରିବେ ବୋଲି ସରକାର ସୂଚନା ଦେଇଛନ୍ତି।

ତେବେ ସାନ୍ଧ୍ୟକାଳୀନ ଭିଡ଼କୁ ଏଡ଼ାଇବା ପାଇଁ ୬ଟା ପର୍ଯ୍ୟନ୍ତ ମଦ ବିକ୍ରି ନେଇ ନିଷ୍ପତ୍ତି ହୋଇଛି। ଭିଡ଼କୁ ରୋକିବା ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରିବା ସହିତ ଦୋକାନରେ ଅଧିକ କର୍ମଚାରୀଙ୍କୁ ମଧ୍ୟ ନିୟୋଜନ କରାଯିବ।

ମଦ କିଣିଲାବେଳେ ଯେପରି ସାମାଜିକ ଦୂରତ୍ୱ ବଜାୟ ରହିବ ଓ ଗ୍ରାହକ ମାସ୍କ ପିନ୍ଧିବେ ସେ ନେଇ ନିଘା ରଖିବେ ଦୋକାନୀ। ନିୟମ ନ ମାନିଲେ ଜିଲ୍ଲାପାଳ ଦୋକାନ ବନ୍ଦ କରିପାରିବେ ବୋଲି ନିୟମ ଜାରି ହୋଇଛି। ତେବେ ପୂର୍ବପରି ମଦ ହୋମ୍ ଡେଲିଭରି ମଧ୍ୟ ଚାଲୁ ରହିବ।

LEAVE A REPLY

Please enter your comment!
Please enter your name here