ଆପ୍‌ ଷ୍ଟୋର୍‌ରୁ ହଟିଲା ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌

0
21

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୩୦/୦୬ (ବ୍ୟୁରୋ)- ଗତକାଲି ଟିକ୍‌ଟକ୍ ସମେତ ୫୯ଟି ଚୀନ୍ ଆପ୍‌କୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଥିଲା।  ଏହି ଆପ୍ ଦ୍ୱାରା ଦେଶର ସୁରକ୍ଷା ଓ ସର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଉଥିବା ଜଣାପଡ଼ିଥିଲା। ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ବ୍ୟବହୃତ ଏହି ଆପ୍‌ଗଗୁଡ଼ିକ ଦ୍ୱାରା ଦେଶ ବାହାରକୁ ତଥ୍ୟ ଯାଉଥିବା ମଧ୍ୟ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ନିକଟରେ ଏକାଧିକ ଅଭିଯୋଗ ହୋଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକ୍‌ଟକ୍ ଆପ୍‌କୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ଟିକ୍ ଟକ୍ ଆପ୍ ସହ ଆଉ ୫୯ଟି ଚୀନ ଆପ୍‌କୁ ମଧ୍ୟ ଭାରତରେ ନିଷିଦ୍ଧ କରାଯାଇଛି।

ପୂର୍ବରୁ ଏହି ଆପ୍‌ଗୁଡ଼ିକ ବ୍ୟାନ୍‌ ହେବା ନେଇ ଗୁଜବ ପ୍ରଚାର ହୋଇଥିଲା। କିନ୍ତୁ ପରେ ସରକାରଙ୍କର ତରଫରୁ ଏ ନେଇ ଷ୍ପଷ୍ଟିକରଣ ଦିଆଯାଇଥିଲା। ଗତକାଲି କିନ୍ତୁ ଏଗୁଡ଼ିକ ବ୍ୟାନ୍ କରିଛନ୍ତି ସରକାର। ତେବେ ଏହି ଆପ୍‌ଗୁଡ଼ିକ ଭାରତର ତଥ୍ୟ ଚୋରାଉଥିବା ଖବର ଆସିବା ପରେ ଅନେକ ଭାରତୀୟ ଏହି ଆପ୍‌ଗୁଡ଼ିକୁ ନିଜ ମୋବାଇଲ୍‌ରୁ ଅନ୍‌ଇନ୍‌ଷ୍ଟଲ୍ କରିଦେଇଥିଲେ।

ଗଲୱାନ୍‌ ଭ୍ୟାଲିରେ ଭାରତ ଚୀନ ମଧ୍ୟରେ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଦେଶ ସାରା ଚୀନ ସାମଗ୍ରୀ ବର୍ଜନ ସହିତ ଚୀନ ଜିନିଷ ଭଙ୍ଗାରୁଜା କରାଯାଉଥିବାର ଦେଖାଯାଉଛି। ସେପଟେ ସୀମାରେ ଯୁଦ୍ଧ ପରିସ୍ଥିତି ଦେଖା ଦେଇଛି। ଉଭୟ ଭାରତ ଓ ଚୀନ୍ ସୀମାରେ ଯୁଦ୍ଧାସ୍ତ୍ର ଠୁଳ କରିବା ସହିତ ଯବାନ ମଧ୍ୟ ମୁତୟନ କରିଛନ୍ତି।

LEAVE A REPLY

Please enter your comment!
Please enter your name here