ଆଜି ମଧ୍ୟରାତ୍ରିରୁ ସମ୍ପୂର୍ଣ୍ଣ ଓଡ଼ିଶା ଲକ୍‌ଡାଉନ୍‌

0
233
HGT
GFS

ଭୁବନେଶ୍ୱର: କୋରୋନା ମୁକାବିଲା ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ମଧ୍ୟରାତ୍ରିରୁ ସମ୍ପୂର୍ଣ୍ଣ ଓଡ଼ିଶାର ୩୦ଟି ଜିଲ୍ଲାକୁ ଆସନ୍ତା ୨୯ ତାରିଖ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏନେଇ ସବୁ ବ୍ୟବସ୍ଥା କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି ସଂଧ୍ୟା ସୁଦ୍ଧା ଏସସି ଏବଂ ଏସଟି ପିଲାଙ୍କୁ ସ୍ଥାନାନ୍ତରଣ କରାଯିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଡାକ୍ତରଖାନା , ଡାକ୍ତରୀ ପରୀକ୍ଷା କେନ୍ଦ୍ର, ଔଷଧ ଦୋକାନ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ , ବିଦ୍ୟୁତ, ଜଳଯୋଗାଣ ଏବଂ କୋରୋନା ପାଇଁ କାମ କରିଥିବା ସଂସ୍ଥାମାନଙ୍କ ସେବା ଚାଲୁ ରହିବ । ତେବେ ରାଜ୍ୟରେ କୋରୋନା ସ୍ଥିତିକୁ ଆଖି ଆଗରେ ରଖି ଓଡିଶା ସରକାର ପ୍ରଥମେ ୫ ଜିଲ୍ଲା ଏବଂ ୮ ସହରକୁ ତାଲାବନ୍ଦ ଘୋଷଣା କରିଥିବାବେଳେ ଗତକାଲି ଆହୁରି ୯ଟି ଜିଲ୍ଲାକୁ ଲକ ଡାଉନ ଘୋଷମା କରିଥିଲେ ।

LEAVE A REPLY

Please enter your comment!
Please enter your name here