ଆଇସିଏସଇ, ସିବିଏସଇ ପରୀକ୍ଷା ବାତିଲ

0
39

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୨୬/୦୬ (ବ୍ୟୁରୋ)- କରୋନା ମହାମାରୀକୁ ନେଇ ସ୍ଥଗିତ ଥିବା ସିବିଏସଇ ୧୦ମ ଶ୍ରେଣୀର ଅବଶିଷ୍ଟ ବିଷୟ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ସେହିପରି ସିବିଏସଇ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ଦେବା ନ ଦେବା ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଉପରେ ଛାଡ଼ିଦିଆଯାଇଛି । ଅନ୍ୟପଟେ ଆଇସିଏସଇ ମଧ୍ୟ ଏହାର ସ୍ଥଗିତ ରହିଥିବା ୧୦ମ ଓ ୧୨ଶ ଶ୍ରେଣୀର ଅବଶିଷ୍ଟ ବିଷୟ ପରୀକ୍ଷାକୁ ବାତିଲ କରିଥିବା ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକ ମାନସିକସ୍ଥିତିକୁ ଆଧାର କରି ୧୦ମ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ବାତିଲ ଲାଗି ନିଷ୍ପତ୍ତି ନିଆଯାଇଛି । ତେବେ ୧୨ଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ଦେବା ନ ଦେବା ପିଲାଙ୍କ ନିଷ୍ପତ୍ତି ଉପରେ ଛାଡି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here