ଅମ୍ପନ୍ ସହାୟତା ଲାଗି ପେଣ୍ଟିଂ ନିଲାମ କରିବେ ମୌନି

0
102

ଅମ୍ପନ୍ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଶେଷ ହୋଇଛି ଏହି ପ୍ରଳୟଙ୍କାରୀ ବାତ୍ୟାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସର୍ବାଧିକ କ୍ଷତି ସାମ୍ନା କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଏହି ଦୁଇ ରାଜ୍ୟର ଲୋକମାନଙ୍କୁ ବିଭିନ୍ନ ମହଲରୁ ସାହାର୍ଯ୍ୟର ସୁଅ ଛୁଟିଛି । ବଲିଉଡ୍‌ର ଅନେକ ସେଲିବ୍ରିଟି ମଧ୍ୟ ଏଥିପାଇଁ ସାହାର୍ଯ୍ୟର ହାତ ବଢ଼ାଇଛନ୍ତି । ଏହି କ୍ରମରେ ଅଭିନେତ୍ରୀ ମୌନି ରୟ ଏକ ଏନ୍‌ଜିଓ ସହିତ ହାତ ମିଳେଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ମୌନି କହିଛନ୍ତି, ବାତ୍ୟାରେ ସର୍ବାଧିକ ପ୍ରଭାବିତ ଲୋକଙ୍କ ସାହାଯ୍ୟ ନିମନ୍ତେ ସେ ଏହି ତାରକା ଆପଣେଇଛନ୍ତି । ପେଣ୍ଟିଂ ନିଲାମ ଲାଗି ଲୋକେ ଉଦାରତାପୂର୍ବକ ବୋଲି ଲଗାଇବେ ବୋଲି ସେ ଆଶା କରୁଛନ୍ତି । ସେ ଆହୁରି ଖୁଲାସା କରିଛନ୍ତି, ପ୍ରାରମ୍ଭିକ ସ୍ତରରେ ସେ ଉଦ୍‌ବେଗର ଶିକାର ହୋଇଥିଲେ ମଧ୍ୟ ସଙ୍ଗେ ସଙ୍ଗେ ସାଧାରଣ ଜୀବନକୁ ଆପଣେଇ ନେଇଥିଲେ । ବେଶ କିଛି ଦିନ ଘରେ ରହିବା ପରେ ସେ ଠିକ୍ ଅଛନ୍ତି । ଇତିମଧ୍ୟରେ ସମୟ ଯାହା ତାଙ୍କୁ ଶିଖାଇଛି ଓ ସେ ଯାହା କିଛି ପାଇଛନ୍ତି, ସେ ସବୁ ପାଇଁ ନିଜକୁ କୃତଜ୍ଞ ମନେକରୁଛନ୍ତି । ଜୀବନକୁ ତା’ରି ଦିଗରେ ଜିଇଁବା ଶିଖିଗଲେ, ଜୀବନ ଖୁବ୍ ସହଜ ହୋଇଯାଏ ବୋଲି ମୌନି କହନ୍ତି ।

LEAVE A REPLY

Please enter your comment!
Please enter your name here