ଅପରାଧୀଙ୍କୁ ଢ଼ାଲ ସାଜିଛି ମାସ୍କ

0
77

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୨୨/୦୬ (ବ୍ୟୁରୋ)- ପୁଲିସ ପାଇଁ ଏବେ ଚିନ୍ତା ପାଲଟିଛି, ମାସ୍କର ସାର୍ବଜନୀନ ବ୍ୟବହାର । ଯାହାକି ଅପରାଧୀଙ୍କ ପାଇଁ ଢ଼ାଲ ସାଜିଛି । ଲୁଟେରା, ଚୋର ଓ ଡକାୟତମାନେ ମାସ୍କ କି ଗାମୁଛା ମୁହଁରେ ଢ଼ାଙ୍କି ଅବରାଧ ଘଟାଉଛନ୍ତି । ସ୍ପଷ୍ଟ ଦିବାଲୋକରେ ଲୁଟିବା ସତ୍ତ୍ୱେ ସେମାନଙ୍କୁ ଚିହ୍ନିବା ସହଜ ହେଉନାହିଁ । ଚୋରି, ଡକାୟତି ଅଧିକ ଘଟିବା ଆଶଙ୍କା ଦେଖାଦେଇଛି । ଏସବୁ ପ୍ରତିଷ୍ଠାନରେ ଥିବା ସିସି କ୍ୟାମେରା ଏବେ ମାସ୍କ ପିନ୍ଧା ବେଶଧାରୀ ଅପରାଧୀଙ୍କୁ ଆଉ ଡରାଇ ପାରୁନି । ମଧ୍ୟପ୍ରଦେଶ ଭୋପାଳରେ ସ୍ଥାନୀୟ ପୁଲିସ ଏଥିପାଇଁ ଏକ ଉପାୟ ଆପଣେଇଛି । ବ୍ୟାଙ୍କ ଓ ଜୁଏଲାରୀ ସପ୍‌ରେ ପ୍ରବେଶ ପୂର୍ବରୁ ୩୦ ସେକେଣ୍ଡ ପାଇଁ ମାସ୍କ ଖୋଲିବାକୁ ନିୟମ ହୋଇଛି । ଫଳରେ ସମସ୍ତ ଗ୍ରାହକଙ୍କ ମୁହଁର ଫଟୋ ସେଠାକାର ସିସି କ୍ୟାମେରାରେ ରେକର୍ଡ ହୋଇପାରିବ । ଏଭଳି ନିୟମ ଟୁଇନ୍‌ସିଟିରେ ଲାଗୁ କରିବାକୁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here