ଅନଲାଇନରେ ସ୍ୱିଗି ଯୋଗାଇବ ଖାଦ୍ୟ ଓ ପରିବା

0
98
BGY
BHT

ଭୁବନେଶ୍ଵର : ଅନଲାଇନରେ ସ୍ୱିଗି ଯୋଗାଇବ ଖାଦ୍ୟ ଓ ପରିବା। ଅନଲାଇନରେ ଖାଦ୍ୟ ଯୋଗାଇ ଦେବାକୁ ସ୍ୱିଗିକୁ ନିର୍ଦ୍ଦେଶ ଦେଲା ବିଏମସି । କୋରୋନା ପାଇଁ ଲକଡାଉନ ଘୋଷଣା ହୋଇଥିବାରୁ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଅନଲାଇନରେ ଖାଦ୍ୟ ଯୋଗାଇ ଦେବାକୁ ସ୍ୱିଗିକୁ ନିର୍ଦେଶ ଦେଇଛି ବିଏମସି ।  ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ 41ଟି ହାଟ ଆରମ୍ଭ ହୋଇଛି । ରାଜଧାନୀରେ ଥିବା ବଡ ବଡ ହାଟରୁ ଭିଡ କମାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ହାଟଗୁଡିକୁ ବିଏମସିର ବରିଷ୍ଠ ଅଧିକାରୀମାନେ ଯାଇ ପ୍ରତ୍ୟେକ୍ଷ ଭାବେ ତଦାରଖ କରିବେ ବୋଲି କାର୍ଯନିର୍ବାହୀ ଅଧିକାରୀ ଏକ ଚିଠିରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here